ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଯୋଡ଼ା ଟାଟା ଷ୍ଟିଲ୍ ପକ୍ଷରୁ ବିଶ୍ଵ ଉଚ୍ଚ ରକ୍ତଚାପ ଦିବସ ଯୋଡା ମୁଖ୍ୟ ଚିକିତ୍ସାଳୟ ଠାରେ ଶନିବାର ପାଳିତ ହୋଇଯାଇଛି Iଏହି ପରିପ୍ରେକ୍ଷୀରେ ଟାଟା ମୁଖ୍ୟ ଚିକିତ୍ସାଳୟ, ଯୋଡା ସମେତ ଖଣ୍ଡବନ୍ଧ, ଯୋଡା ଇଷ୍ଟ, ଯୋଡା ୱେଷ୍ଟ,ବାମେବାରିଏବଂଯୋରିବାହାଲ ଖଣି ସମୁହ ରେ ଅଭିଜ୍ଞ ଡାକ୍ତର ମାନଙ୍କ ତରଫରୁ କର୍ମଚାରୀ ମାନଙ୍କ ମଧ୍ୟରେ ଏ ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା Iଟାଟା ମୁଖ୍ୟ ଚିକିତ୍ସାଳୟ, ଯୋଡା ଠାରେ ଏହାର ମୁଖ୍ୟ ଚିକିତ୍ସାଧିକାରୀ ଡା: ସୁଚିସ୍ମିତା ଦାସ କର୍ମଚାରୀ ମାନଙ୍କୁ ଉଚ୍ଚ ରକ୍ତଚାପ ଏବଂ ଏହାର ନିଦାନ ବିଷୟରେ ଅବଗତ କରାଇଥିଲେ Iଆମ୍ଭମାନଙ୍କର ଦୈନନ୍ଦିନ ଜୀବନଶୈଳୀ ରେ ଅସାମଞ୍ଜସ୍ୟତା, ମେଦବହୁଳତା ଏବଂ ମୋଟାପଣ ଯୋଗୁଁ ବହୁ ମାତ୍ରାରେ ଏହି ରୋଗ ହେବାର ପରିଲକ୍ଷିତହେଉଥିବାରୁ,ଏସବୁଥିରେ ପରିବର୍ତ୍ତନ କରିବା ର ନିତାନ୍ତ ଆବଶ୍ୟକତା ରହିଛି ବୋଲି ଡା: ସୁଚିସ୍ମିତା ଦାସ କହିଥିଲେ Iଦୈନିକ ସୁଷମ ଖାଦ୍ୟ ସହ ଶାରୀରିକ ବ୍ୟାୟମ, ଯୋଗ, ଧୂମ୍ର ପାନ ରୁ ନିବୃତ୍ତ ଏବଂ ସୁନିଦ୍ରା ହେବା ଦ୍ୱାରା ବହୁ ମାତ୍ରାରେ ଉଚ୍ଚ ରକ୍ତଚାପ ରୋଗକୁ ହ୍ରାସ କରାଯାଇପାରିବ ବୋଲି ସେ କହିଥିଲେ Iଏହି ରୋଗ ଶରୀର ର ପ୍ରମୁଖ ଅଙ୍ଗ ଯଥା ହୃଦୟ, ମସ୍ତିଷ୍କ, ଯକୃତ ଏବଂ ଆଖି କୁ ପ୍ରଭାବିତ କରୁଥିବାରୁ ଏହାର ନିରାକରଣ କରିବା ଜରୁରୀ ବୋଲି ଅନ୍ୟ ମତ ପ୍ରକାଶ ପାଇଥିଲା I  ଶେଷରେ ସମସ୍ତେ ଦିନଚର୍ଯ୍ୟା କୁ ଅନୁସରଣ କରି ସୁସ୍ଥ ଏବଂ ନିରୋଗ ରହିବା ପାଇଁ ପ୍ରବୃତ୍ତ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ