ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର ପ୍ରଶିକ୍ଷଣ ଗୃହରେ ଜିଲ୍ଲାସ୍ତରୀୟ ମ୍ୟାଲେରିଆ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଭିବିଡି) ଡାକ୍ତର ବସନ୍ତ କୁମାର ପାତ୍ର ସ୍ୱାଗତ ଭାଷଣ ଦେବା ସହିତ ମ୍ୟାଲେରିଆର ନିରାକରଣ ପାଇଁ ଜିଲ୍ଲା ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯଥା- ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଂଟନ,କୀଟନାଶକ ଛିଞ୍ଚନ,ଅପହଂଚ ଗ୍ରାମରେ ଦମନ ମାଧ୍ୟମରେ ସମସ୍ତ ହିତାଧିକାରୀଙ୍କ ରକ୍ତ ପରୀକ୍ଷା ଉପରେ ଆଲୋକପାତ କରିଥିଲେ । ତାଙ୍କ ଅଭିଭାଷଣରେ ବିଗତ ବର୍ଷରେ ମ୍ୟାଲେରିଆର ପ୍ରାଦୁର୍ଭାବ କିପରି ଥିଲା ତାହା ଉପରେ ଆଲୋକପାତ କରିବା ସହିତ କିପରି ଜିଲ୍ଲା ମ୍ୟାଲେରିଆରୁ ମୁକ୍ତ ପାଇଛି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ମ୍ୟାଲେରିଆ ନିରାକରଣର ବିଭିନ୍ନ ପଦ୍ଧତି ଯଥା- ସଅଳ ରକ୍ତ ପରୀକ୍ଷା ଓ ସଂପୂର୍ଣ୍ଣ ଚିକିସôା,ସମନ୍ୱିତ ଭେକ୍ଟର ନିରାକରଣ ଓ ଅନ୍ୟାନ୍ୟ ମ୍ୟାଲେରିଆ ନିରାକରଣ ଉପାୟ ବିଷୟରେ ବକ୍ତବ୍ୟ ରଖିଥିଲେ । ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପରାମର୍ଶଦାତା ବଳଦେବ ନନ୍ଦ ନିଜ ବକ୍ତବ୍ୟରେ ଜିଲ୍ଲାର ମ୍ୟାଲେରିଆ ପରିସ୍ଥିତି ଉପରେ ଆଲୋକପାତ କରିବା ସହିତ ମ୍ୟାଲେରିଆ ଶୂନ୍ୟ ସଂକ୍ରମଣ ଉପରେ ଆଲୋଚନା କରିଥିଲେ । ଏହି ସଭାରେ ଜିଲ୍ଲାର ବିଭିନ୍ନ ବିଭାଗର ଯଥା- ମହିଳା ଓ ଶିଶୁ ବିକାଶ,ସମାଜ କଲ୍ୟାଣ,ଶିକ୍ଷା ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଆଶା,ମହିଳା ସ୍ୱାସ୍ଥ୍ୟକର୍ମୀ,ଏଏନ୍ଏମ୍ ର ଛାତ୍ରୀ,ଏନ୍ଜିଓ ଏବଂ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଏବଂ ପରିଚାଳକ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରୁ ମ୍ୟାଲେରିଆ ଯେପରି ଛାଡି ପଳାଇବ ସେ ସଂପର୍କରେ ସମସ୍ତେ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବଳଦେବ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।