ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ
କଟକ, (ଓ୍ବାଇଏନଏସ): ରାଜ୍ୟ ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଟକଙ୍କ ମିଳିତ ଆନୁକୁଲ୍ୟରେ ତା ୧୦.୧୦.୨୦୨୫ ରିଖ ଦିନ “ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ” ଶ୍ରୀ ରାମ ଚନ୍ଦ୍ର ରଂଜ ଭେଷଜ ମହାବିଦ୍ୟାଳୟ ସ୍ଥିତ ଉକୃଷ୍ଣ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ପାଳନ କରାଯାଇଅଛି । ବିଶ୍ୱ ମାନସିକ ଦିବସ ପାଳନ ଅବସରରେ ମାନସିକ ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସହାୟତା ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇ ଏହା କିପରି ସହଜରେ ମାନସିକ ରୋଗୀଙ୍କ ପାଇଁ ଉପଲବ୍ଧ ହୋଇପାରିବ ଏବଂ ମାନସିକ ରୋଗୀମାନେ କିପରି ତ୍ବରିତ ନ୍ୟାୟ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା । ତତ୍ସହିତ ଚିକିତ୍ସିତ ହେଉଥିବା ପ୍ରତ୍ୟେକ ମାନସିକ ରୋଗୀମାନଙ୍କୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ଆଇନ ସେବା ପ୍ରାଧିକରଣର ସହ-ସଚିବ ଶ୍ରୀଯୁକ୍ତ ବିବେକ ସାସମଲ, ଜିଲ୍ଲା ଆଇନ ସେବା ପ୍ରାଧିକରଣ କଟକର ସଚିବ ଶ୍ରୀଯୁକ୍ତ ଜଗ୍ଦିଶ ଚନ୍ଦ୍ର ଜେନାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ତଥା ଚିକିତ୍ସାଳୟର ମାନସିକ ରୋଗୀ ବିଭାଗର ନିର୍ଦ୍ଦେର୍ଶକ ତଥା ଅଧୀକ୍ଷକ, ପ୍ର.ଡା. ଅଜୟ ମିଶ୍ର, ଡକ୍ଟର ଯଶୋବନ୍ତ ମହାପାତ୍ର, ସହଯୋଗୀ ପ୍ରାଧାପକ ଓ ବିଭାଗୀୟ ମୁଖ୍ୟ ଚିକିତ୍ସକ ମନୋବିଜ୍ଞାନ ବିଭାଗ, ଉକୃଷ୍ଣ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ବିଭାବସୁ ରାଉତ, ଚିକିତ୍ସାଳୟ ପରିଚାଳକ ଉପ ଉପସ୍ଥିତ ରହି ନିଜ ନିଜର ମତ ପୋଷଣ କରିବା ସହିତ ମାନସିକ ରୋଗୀମାନଙ୍କୁ ଭେଟି ସେମାନଙ୍କ ସାସ୍ଥ୍ୟ ଅବସ୍ଥା ବୁଝିଥିଲେ । ରାଜ୍ୟ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନ କରିବାରେ ସହାୟତା କରିଥିଲେ ।