ବିଶ୍ୱ ତମାଖୁ ବର୍ଜନ ଦିବସ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏହାପରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ଏହି ଦିବସର ପାଳନ କରିବାର ତାତ୍ପର୍ଯ୍ୟ ଓ ଦିବସର ବାର୍ତା “ତମାଖୁର ବିକ୍ରିବଟଶ ଓ ସେଗୁଡିକର ବିଜ୍ଞାପନ ପାଇଁ ପ୍ରାଣଈତ ନୂତନ କୌଶଳର ପର୍ଦାଫାଶ କରିବା ଓ ତମାଖୁ ବର୍ଜନ ପାଇଁ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଷଲ । ଡାକ୍ତର ପ୍ରଦୀପ କୁମାର ମିଶ୍ର (ଭେଷଜ ବିଶେଷଜ୍ଞ) ତମାଖୁ ଓ ଏହାର କୁପ୍ରଭାବ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନୀଲମ ମହାନ୍ତି ତମାଖୁ ସେବନ ଦ୍ୱାରା ଭାରତ ବର୍ଷରେ ପ୍ରତିବର୍ଷ କର୍କଟ, ହୃଦରୋଗ, ଶ୍ୱାସଜନିତ ରୋଗ, ମଧୁମେୟ, ମସ୍ତିଷ୍କାଘାତ ଆଦି ରୋଗରେ ପଡି ମୃତ୍ୟୁମୁଖରେ ପଡିଥାନ୍ତି ଓ ତମାଖୁର କ୍ଷତିକାରକ ଉପାଦାନ ଉପରେ ଆଲୋଚନା କରିଥିଲେ । ଡାକ୍ତର ପ୍ରଶାନ୍ତ ମିଶ୍ର ତମାଖୁ ସେବନ ଅଣସଂକ୍ରମକ ରୋଗର ପ୍ରମଖ କାରଣ ଅନେକ ଓ ତମାଖୁ ସେବନ ଅଭ୍ୟାସ ଛାଡିବା ସମ୍ଭବ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ନିତ୍ୟରଞ୍ଜନ ବରାଳ ଓ ଏ.ଏମ୍. ଏନ୍.ସି.ଡି. ସନ୍ତୋଷ କୁମାର ପଟ୍ଟନାୟକ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଓ ପ୍ରଚାର, ପ୍ରସାର ଉପରେ ଗୁରୁତ୍ୱ ଦେବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପାରାମେଡିକାଲ୍ ଷ୍ଟାଫ୍, ମହିଳା ତାଲିମ୍ କେନ୍ଦ୍ରର ଶିକ୍ଷୟିତ୍ରୀ ସମେତ ଛାତ୍ରୀ, ବିଭାଗୀୟ ଅଧିକାରୀ, ପରିସଂଖ୍ୟାନ ସହାୟକ ବୃନ୍ଦାବନ ସାହୁ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଭରତ କୁମାର ସାହୁ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ସଂଚାଳନ କରିଥିଲେ ।