ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅଧିନ ଢୋଲ ପଞ୍ଚାୟତର ଢୋଲ ଗ୍ରାମରେ ସପ୍ତଦିନ ବ୍ୟାପି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞଙ୍କୁ ଗରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରିଥିଲେ। ଏହି ଅବସରରେ ଶ୍ରୀମା ଯଜ୍ଞର ଉପକାରିତା ଓ ସମାଜପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋଚନା କରି କହିଲେ ଯଜ୍ଞ କଲେ ବର୍ଷା ହେବ। ଫଳରେ ପୃଥିବୀ ସଶ୍ୟଶାମଳା ହୋଇପାରିବା ସହ ଭଲ ଫଳ ଫଳିବ ଓ ପୃଥିବୀ ଶାନ୍ତ ରହିବା ସହ ମାନବସମାଜ ମଧ୍ୟ ଶାନ୍ତିରେ ବସବାସ କରିବ। ଯଜ୍ଞଦ୍ୱାରା ପଞ୍ଚଭୁତ ସ୍ୱଧନ ହେବା ସହ ପବିତ୍ର ହୋଇଥାଏ। ଯଜ୍ଞ ସନାତନ ଧର୍ମର ବିଭିନ୍ନ କର୍ମରୁ ଅନ୍ୟତମ ଅଟେ। ଏହା କରାଯିବା ଦ୍ୱାରା ଅନ୍ୟର ଉପକାର ହୋଇଥାଏ। ପୃଥିବୀରେ ଥିବା ମାନବ ସମାଜ ସମେତ ବୃକ୍ଷ, ଲତା ଓ ପ୍ରାଣୀମାନଙ୍କର ମଧ୍ୟ ଉପକାର ହୋଇଥାଏ। ଯଜ୍ଞଦ୍ୱାରା ଇନ୍ଦ୍ରାଦି ଦେବଗଣ ସନ୍ତୁଷ୍ଟ ହେଉଥିବାରୁ ପୃଥିବୀକୁ ଅନ୍ନଦାନ କରିଥାନ୍ତି। ଏହି ଅନ୍ନ ପାଇ ଜୀବ, ଜନ୍ତୁ, ବୃକ୍ଷ, ଲତା ଓ ମାନବ ସମାଜ ଜୀବନ ଧାରଣ କରିଥାନ୍ତି ବୋଲି ଶ୍ରୀମା ଅର୍ଶିବଚନ ପ୍ରଦାନ କରି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିବପ୍ରସାଦ ଦାସ, ଶ୍ରୀଜଗନ ଦଇତାପତି, ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧୁସନ୍ଥମାନେ ଯଜ୍ଞର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ଆଖପାଖ ଅଞ୍ଚଳର ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ପ୍ରଭୁ କୃପା ଲାଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ