ଶ୍ରୀ ଶ୍ରୀ ପୁଡୁଗେଶ୍ୱରଙ୍କ ପୀଠରେ ବିଶ୍ୱଶାନ୍ତି ରୁଦ୍ରଯଜ୍ଞ

ଆସିକା  (ୱାଇଏନ୍‍ଏସ୍‍) :ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଆସିକା ସହର ନିକଟସ୍ଥ ପୂଣ୍ୟତୋୟା ଋଷିକୁଲ୍ୟା ନଦୀତଟରେ କେଉଁ ଆବାହମାନ କାଳରୁ ବିଜେ ଶ୍ରୀଶ୍ରୀଶ୍ରୀ ପୁଡୁଗେଶ୍ୱର ମହାଦେବଙ୍କ ପୀଠରେ ଶନିବାର ଠାରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତ, ବିଦ୍ୱାନ ପଣ୍ଡିତଙ୍କ ଉପସ୍ଥିତିରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଶ୍ୱଶାନ୍ତି ରୁଦ୍ରଯଜ୍ଞ ମାହେନ୍ଦ୍ର ବେଳାରେ ଆରମ୍ଭ ହୋଇଥିବା ଜଣାପଡିଛି। ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନେ ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଙ୍ଗମ ସ୍ଥଳରେ ପୂଜାର୍ଚ୍ଚନା ସାରି ବିଧିବିଧାନ ଅନୁଯାୟୀ ବାଦ୍ୟବାଜଣାରେ ତାଳେତାଳେ ଏକ ବିଶାଳ କଳସ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ପରେ ମନ୍ଦିର ପରିସରରେ ସ୍ଥାପିତ ହୋଇଥିବା ଅସ୍ଥାୟୀ ରୁଦ୍ରଯଜ୍ଞ ସ୍ଥଳରେ ପହଞ୍ଚିଥିଲେ । ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ଭାଟକୁମରଡା ଗ୍ରାମର ବିଦ୍ୱାନ ପଣ୍ଡିତ ରୂପେ ପରିଚିତ ଥିବା ରାଜେଶ୍‍ ଶତପଥୀଙ୍କ ନେତୃତ୍ୱରେ ସହଯୋଗୀ ପଣ୍ଡିତ ସୁରେଶ ଶତପଥୀ, ସନ୍ତୋଷ କୁମାର ବ୍ରହ୍ମା, ତପନ କୁମାର ଦାଶ, ଦେବୀ ପ୍ରସାଦ ଶତପଥୀ, ଦୁର୍ଗାଚରଣ ପତି, ନଳିନୀକାନ୍ତ ଦାଶ, କାଳୁଚରଣ ଶତପଥୀ, ଅମୂଲ୍ୟ ନନ୍ଦ, ନବକିଶୋର ପତିଙ୍କ ସମେତ ବହୁ ଜ୍ଞାନୀଗୁଣୀ ଉପସ୍ଥିତ ରହି ଶ୍ରୀଶ୍ରୀ ଯଜ୍ଞନାରାୟଣ ଓ ଶ୍ରୀଶ୍ରୀଶ୍ରୀ ପୁଡୁଗେଶ୍ୱର ମହାଦେବଙ୍କ ପୂଜାର୍ଚ୍ଚନା, ଦୀକ୍ଷାଗ୍ରହଣ, ଜଳଯାତ୍ରା, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ବ୍ରାହ୍ମଣବରଣ, ଗୋପୂଜା, ଶାଲାପୂଜା, ରୁଦ୍ରାଭିଷେକ, ଶୈବାଗ୍ନି ସ୍ଥାପନ ସମେତ ଅନ୍ୟାନ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ୩ଦିନ ବ୍ୟାପୀ ଅନୁଷ୍ଟିତ ହେବାକୁ ଥିବା ଏହି ଶ୍ରୀଶ୍ରୀଶ୍ରୀ ପୁଡୁଗେଶ୍ୱରଙ୍କ ପୀଠରେ ବିଶ୍ୱଶାନ୍ତି ରୁଦ୍ରଯଜ୍ଞରେ କର୍ତ୍ତା ରୂପେ ବରିଷ୍ଠ ଅଧ୍ୟାତ୍ମିକପ୍ରେମୀ ସୋମନାଥ ନାହାକ ଓ ତାଙ୍କ ପତ୍ନୀ ସୁପ୍ରଭା ନାହାକ ନିଷ୍ଠାର ସହ ରହି ଦାୟିତ୍ୱ ନିର୍ବାହ କରୁଥିବା ଲକ୍ଷ୍ୟ କରାଯାଇଛି । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଆଧ୍ୟାତ୍ମିକପ୍ରେମୀ ଯୋଗଦେଇ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ବାସୀଙ୍କ ସୁଖ ସମୃଦ୍ଧି ଓ ବିଶ୍ୱକଲ୍ୟାଣ ପାଇଁ ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି। ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ହରିବୋଲ, ହୁଳହୁଳି, ଓମ୍ ନମଃ ଶିବାୟ, ଓମ୍ ନମଃ ପୁଡୁଗେଶ୍ୱରାୟ ଧ୍ୱନୀରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇ ପଡିଥିବା ଲକ୍ଷ୍ୟ କରାଯାଇଥିଲା। ଐତିହ୍ୟ, ସଂସ୍କୃତି ଓ ଭାଇଚାରାର ଗ୍ରାମ ପୁଡୁଗେଶ୍ୱରପଲ୍ଲୀ ଅଞ୍ଚଳରେ ଅନୁଷ୍ଟିତ ହେଉଥିବା ଏହି ବିଶ୍ୱଶାନ୍ତି ରୁଦ୍ରଯଜ୍ଞକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକ ପ୍ରେମୀ ନିଗମାନନ୍ଦ ମହାନ୍ତି, ଗ୍ରାମ୍ୟ କମିଟି ସଭାପତି ସୂର୍ଯ୍ୟନାରାୟଣ ନାହାକ, ଶ୍ରଦ୍ଧାଳୁ ଭକ୍ତ ଦେବେନ୍ଦ୍ର ମହାନ୍ତି, ଗଣେଶ ମହାନ୍ତି, ଶିବଶଙ୍କର ମହାନ୍ତି, ଅନିଲ୍‍ କୁମାର ପାଣିଗ୍ରାହୀ, ପଂଚାନନ ମହାନ୍ତି, କାମେଶ୍ୱର ରାଉତ, ସୋମନାଥ ନାହାକ, ରମେଶ ଚନ୍ଦ୍ର ରାଉତ, ଅରସୁଲୁ ସ୍ୱାଇଁ, ଶମ୍ଭୁନାଥ ନାହାକ, ସନ୍ୟାସୀ ନାହାକ, ବିଜୟ କୁମାର ନାହାକ, ହୀନ ବାରିକ, ବିକ୍ରମ ପ୍ରଧାନ, ସଂଗ୍ରାମ ମହାନ୍ତି, କାଳୁଚରଣ ପାଣିଗ୍ରାହୀ, ଜୀବନ ମହାନ୍ତି, ଅଭୟ ଜେନା, ଆକାଶ ନାହାକ, ସାଗର ପାତ୍ର, ପ୍ରଦୀପ କେଶରୀ ରାଉତ, ସହଦେବ ନାହାକ, ମଙ୍ଗୁଳୁ ନାହାକ, ସୁରେନ୍ଦ୍ର ପାତ୍ର, ଅଶୋକ ନାହାକ, ବୃନ୍ଦାବନ ଖଣ୍ଡୁଆଳ, ଅଶୋକ ମହାନ୍ତି, ଗୋପୀନାଥ ମହାନ୍ତି, ରାମଚନ୍ଦ୍ର ମହାନ୍ତି, ହାଡୁବନ୍ଧୁ ମହାନ୍ତି, ଭାସ୍କର କାମ୍ପ, ସୁକାନ୍ତ ସାହୁ, ପାଣ୍ଡା ମହାନ୍ତିଙ୍କ ସମେତ ପୁଡୁଗେଶ୍ୱରପଲ୍ଲୀ ଗ୍ରାମବାସୀ ଓ ଉତ୍ସାହୀୟ ଶୈବଭକ୍ତ ଏବଂ ଯୁବପିଢୀ, ମନ୍ଦିର ପରିଚାଳନା କମିଟିି ସକ୍ରିୟ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ