ଦିଗପହଣ୍ଡିରେ ବିଶ୍ଵଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଗୁଡିଆଗଳି ସ୍ଥିତ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ସମ୍ମୁଖରେ ବିଶ୍ଵଶାନ୍ତି ଶ୍ରୀ ନୃସିଂହ ମହାଯଜ୍ଞ ରେ ରବିବାର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।ଶ୍ରୀ ଲକ୍ଷ୍ମୀ ନୃସିଂହ ମହାପ୍ରଭୁ ଙ୍କ ଚତୁର୍ଦ୍ଦଶୀ ଏବଂ ପବିତ୍ର ଚନ୍ଦନ ଯାତ୍ରା ଉପଲକ୍ଷେ ବୈଶାଖ ଶୁକ୍ଳପକ୍ଷ ଦ୍ଵାଦଶୀ ତିଥି ଶୁକ୍ରବାର ଠାରୁ ଏହି ମହାଯଜ୍ଞ ଚାଲିଛି। ଅରୁଣ କୁମାର ସାହୁ,ସହଧର୍ମିଣୀ ସରିତା ସାହୁ କର୍ତ୍ତା ଭାବେ ମହାଯଜ୍ଞ ରେ ଦାୟିତ୍ଵ ତୁଲାଉଛନ୍ତି। ବୈଶାଖ ପୂର୍ଣ୍ଣମୀ ତିଥି ସୋମବାର ଅପରାହ୍ନ ରେ ଏହି ମହାଯଜ୍ଞ ର ପୂର୍ଣ୍ଣାହୁତି ହେବା କାର୍ଯ୍ୟକ୍ରମ ରହିଛି।ଶୁକ୍ରବାର ପୂର୍ବାହ୍ନରେ ପଣ୍ଡିତ ରଞ୍ଜନ କୁମାର ତ୍ରିପାଠୀ ଓ ତାଙ୍କ ସହଯୋଗୀ ପୁରୋହିତ ବୃନ୍ଦ ଗଙ୍ଗା ଆବାହନ, ଜଳଯାତ୍ରା, ଦୀକ୍ଷା ଗ୍ରହଣ,ନାମଯଜ୍ଞ ଅଧିବାସ ଓ ଅଙ୍କୁରାରୋପଣ ପୂଜା କରିଥିଲେ।ଶନିବାର ବ୍ରାହ୍ମଣବରଣ, ଶାଲା ସଂସ୍କାର, ବୈଷ୍ଣବାଗ୍ନି ସ୍ଥାପନ ପରେ ଯଜ୍ଞକର୍ମ ଏବଂ ନାମଯଜ୍ଞ ଶୁଭାରମ୍ଭ କରାଯାଇଥିଲା।ସୋମବାର ସନ୍ଧ୍ୟାରେ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କୁ ବିରାଟ ଶୋଭାଯାତ୍ରା ରେ ନଗର ପରିକ୍ରମା କରାଯିବା କାର୍ଯ୍ୟକ୍ରମ ରହିଛି। ମହାଯଜ୍ଞ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ତଥା ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା,କାଉନସିଲର ଦୀପକ କୁମାର ମିଶ୍ର, ହରିକୃଷ୍ଣ ପଣ୍ଡା,ନରହରି ସାହୁ,ଲକ୍ଷ୍ମୀ ନୃସିଂହ ମାର୍ଥା,କେ.ମିଟୁ, ହରିକୃଷ୍ଣ ସାହୁ,ସୁଧୀର ପଣ୍ଡା,ଗୌରାଙ୍ଗ ସାହୁ,ପ୍ରମୋଦ କୁମାର ପାଣିଗ୍ରାହୀ,ହେମନ୍ତ କୁମାର ପାଣିଗ୍ରାହୀ, ଏ.ଗୋବିନ୍ଦ,ଲକ୍ଷ୍ମୀ ନୃସିଂହ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଥିବା ଜଣାପଡିଛି।