ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
ନାଉଗାଁ,(ଓ୍ବାଇଏନଏସ): ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ଗୁରୁବାର ଜଗତସିଂହପୁର ଜିଲ୍ଲା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ଅଧିକାରୀ ଅରବିନ୍ଦ ସାହୁ,ରାଧାକାନ୍ତ ଲେଙ୍କା,ଅନିଲ କୁମାର ବଟଲାଭଦ୍ରା,ମିହିର କୁମାର ଲେଙ୍କା, ଶୁଭଲକ୍ଷ୍ମୀ ସ୍ୱାଇଁ ଆଦି ଯୋଗ ଦେଇଥିଲେ। ସେବା କ୍ଷେତ୍ରରେ ଫାର୍ମାସିଷ୍ଟଙ୍କର ଅବଦାନ ଅତୁଳନୀୟ ବୋଲି ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ। ପରେ ସ୍ୱାସ୍ତ୍ୟ କେନ୍ଦ୍ର ପରିସରରେ ବୃକ୍ଷରୋପଣ କରାଯାଇଥିଲା।