ପିପୁଲସ କଲେଜରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ

ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ପିପୁଲସ କଲେଜର ଯୁବ ରେଡ କ୍ରସ ଓ ରେଡ଼ ରିବନ କ୍ଳବ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଯୁବ ରେଡ କ୍ରସ ର ମୁଖ୍ୟ ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ସ୍ୱାଗତ ଭାଷଣ ସହ ଏହି ଦିବସ ଉଦ୍ଦେଶ୍ୟ, ଗୁରୁତ୍ୱ ଓ ଆବଶ୍ୟକତା ବିଷୟରେ  ଆଲୋକପାତ କରିଥିଲେ। ପ୍ରିନ୍ସପାଲ ଡକ୍ଟର ମିଶ୍ର ଏକ କବିତା ମାଧ୍ୟମରେ ପ୍ରାଥମିକ ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ବୃନ୍ଦଙ୍କ ଆଭିମୁଖ୍ୟ ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ। ମୁଖ୍ୟ ବକ୍ତା ବୁଗୁଡା ମେଡ଼ିକାଲର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ(ଆର.ବି.ଏସ.କେ) ବିଭାଗର ଡାକ୍ତର ହିମାଂଶୁ ଶେଖର ପଣ୍ଡା ପ୍ରାଥମିକ ଚିକିତ୍ସାର ମହତ୍ତ୍ଵ ବୁଝାଇବା ସହ ପ୍ରୟୋଗାତ୍ମକ ଶୈଳୀ ଉପସ୍ଥାପନ କରିଥିଲେ। ଯୁବ ରେଡ କ୍ରସର ମହିଳା ଉପଦେଷ୍ଟା ଅଧ୍ୟାପିକା କ୍ରିଷ୍ଣା କୁମାରୀ ବର୍ଗେ ରୋଗ ଓ ପ୍ରାଥମିକ ଚିକିତ୍ସା ପାଇଁ ଔଷଧିୟ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ନିମନ୍ତ୍ରିତ ଅତିଥି ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ସନ୍ତୁଳିତ ଓ ନିୟନ୍ତ୍ରିତ ଆହାର ଏବଂ ସୁସ୍ଥ ଜୀବନଯାପନ ଶୈଳୀ ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୫୦ ଜଣ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରିଥିବା ବେଳେ ସ୍ୱେଚ୍ଛାସେବୀ ପୂଜା ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ