ବିଶ୍ୱ ରେଡକ୍ରସ ଦିବସ ପାଳିତ

ବୁଗୁଡା (ଅନୀଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଇ ୮ ତାରିଖ ଦିନ ବିଶ୍ୱ ରେଡ କ୍ରସ ଦିବସ ପାଳିତ ହୋଇଯାଇଛି । ରେଡ କ୍ରସ ପରାମର୍ଶଦାତା ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟର ଆଇଆରପିଏମ ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼, ରଚନା ବେହେରା, ସୋନାଲି ରାଉତ, ଲିଜା ରାଣୀ ବାରିକ ଅତିଥି ଭାବେ ଯୋଗ ଦେଇ ରେଡ କ୍ରସର ବିଶ୍ଵାବ୍ୟାପି ସ୍ୱାସ୍ଥ୍ୟ ସେବା ଓ ବନ୍ଧୁତା ବାର୍ତ୍ତାକୁ ସମସ୍ତଙ୍କ ପାଖରେ ପହଞ୍ଚାଇ ନିଜ ନିଜକୁ ଜଣେ ସ୍ବେଛାସେବୀ ଭାବେ ଗଢି ତୋଳିବାକୁ ପରାମର୍ଶ ଦେଇଥିଲେ । ୨୦୨୫ ମସିହାର ବିଶ୍ୱ ରେଡ କ୍ରସର ଥିମ “On the side of humanity” ସମ୍ପର୍କ ରେ ସବିଶେଷ ଆଲୋଚନା ହୋଇ ଥିଲା । ମାନବ ବାଦ ମନୁଷ୍ୟ ଜନ୍ମର ସାର୍ଥକତା । ସକଳ ମାନବ ଜାତିର ଉର୍ନ୍ନତି ଦିଗରେ ମନୁଷ୍ୟ ହିଁ ମନୁଷ୍ୟକୁ ବାଟ ଦେଖାଇ ପାରେ । ସାର ଜନ ହେନେରୀ ଡ୍ୟୁନାଣ୍ଟଙ୍କ ସ୍ବପ୍ନର ରେଡ କ୍ରସ ଆଜି ସମଗ୍ର ବିଶ୍ୱରେ ନିଜର ସ୍ଥିତି ଜାହିର କରି ପାରିଛି । ଏଣୁ ଛାତ୍ର ସମାଜ ଏ ଦିଗରେ ବ୍ରତୀ ହୋଇ ମାନବ ଜାତିର ସେବା କଲେ ଏ ଭୁମଣ୍ଡଳ ଦିନେ ସ୍ୱର୍ଗରେ ରୂପାନ୍ତରିତ ହୋଇପାରିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ