ବିଶ୍ୱ ଷ୍ଟ୍ରୋକ ଦିବସ ପାଳିତ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ସ୍ତରୀୟ ଷ୍ଟ୍ରୋକ ଦିବସ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଜିଲ୍ଲା ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରଦୀପ କୁମାର ମିଶ୍ର ଉକ୍ତ ବୈଠକରେ ଅଧ୍ୟକ୍ଷତା କରି ନିଜ ଅଭିଭାଷଣରେ ଷ୍ଟ୍ରୋକର ମୁଖ୍ୟ କାରଣ ଓ ପ୍ରତିଷେଧକ ଉପରେ ଆଲୋକପାତ କରିଥିଲେ। ମଧୁମେହ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ଦ୍ୱାରା ଷ୍ଟ୍ରୋକ ପ୍ରତିରୋଧ କରାଯାଇପାରିବ ଓ ଏଥିରୁ ସୁରକ୍ଷିତ ରହିବା ପାଇଁ କମ ଲୁଣ, ଅଧିକ ତନ୍ତୁଯୁକ୍ତ ଓ କମ ଚର୍ବି ମୁକ୍ତ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଥିଲେ।  ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତ ଅତିରିକ୍ତ ଜନସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିୟମିତ ରକ୍ତଚାପ ଓ ମଧୁମେହର ପରୀକ୍ଷା, ଯୋଗ ପ୍ରାଣାୟାମ ଓ ବ୍ୟାୟାମ ଉପରେ ଗୁରୁତ୍ୱାରୋପ କରିଥିଲେ।  ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁରୁଷୋତ୍ତମ ମହାନ୍ତ ଷ୍ଟ୍ରୋକର ଶୀଘ୍ର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା କରିବା ଉପରେ ଗୁରୁତ୍ବ ଦେଇଥିଲେ।ସମସ୍ତ ସରକାରୀ ଡାକ୍ତରଖାନାରେ ସିଟି ସ୍କାନ, ଏମଆରଆଇ ଦ୍ୱାରା ଷ୍ଟ୍ରୋକର ଚିହ୍ନଟ ଓ ଚିକିତ୍ସା ସୁବିଧା ମାଗଣାରେ ଉପଲବ୍ଧ ଅଟେ।  ଉକ୍ତ ବୈଠକରେ ସ୍ୱାସ୍ଥ୍ୟକର୍ମୀ,ଆଶା, ପାରାମେଡିକାଲ ସ୍ୱାସ୍ଥ୍ୟକର୍ମୀ,ମେଡିକାଲ ଷ୍ଟାଫ ଓ ବିଭାଗୀୟ ଅଧିକାରୀ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ ସଂଚାଳନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ