ବିଶ୍ଵ ମିତବ୍ୟୟିତା ଦିବସ ପାଳିତ
ଛତ୍ରପୁର,(ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭଗୃହରେ ବିଶ୍ଵ ମିତବ୍ୟୟୀତା ଦିବସ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ ନିଜ ବକ୍ତବ୍ୟରେ ସ୍ୱଳ୍ପ ସଞ୍ଚୟ ଦ୍ଵାରା ହିଁ ଦିନେ ଅଧିକ ସଞ୍ଚୟ କରି ହେବ l ନିଜ ଦରମାରୁ ପ୍ରଥମେ ସଞ୍ଚୟ କରିବା ତାପରେ ଖର୍ଚ୍ଚ କରିବା ବୋଲି କହିଥିଲେ l ଅନ୍ୟତମ ଅତିଥି ବୃନ୍ଦ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡା ଓ ସୁନିଲ କୁମାର କେରକେଟା , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀମା ସ୍ବାଇଁ,ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁଦାମ କୁମାର ସ୍ୱାଇଁ , ବ୍ରହ୍ମପୁର ଅତିରିକ୍ତ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସ୍ୱାଭିମାନ ସାହୁ,ଭଞ୍ଜନଗର ଅତିରିକ୍ତ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଲୋପାମୁଦ୍ରା ପଣ୍ଡା, ପୋଷ୍ଟାଲ ଆସିଷ୍ଟାଣ୍ଟ ସୁପେରିଟେଣ୍ଡ ଛତ୍ରପୁର ଜୱାହର ରାଓ, ଆଇ ପି ପି ବି ମ୍ୟାନେଜର ବ୍ରହ୍ମପୁର ବ୍ରାଞ୍ଚ ସମ୍ପତ ଭେଙ୍କଟ ରମଣ ଉପସ୍ଥିତ ଥିଲେ l ସମସ୍ତ ଅତିଥି ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ବିଭାଗ ଓ ପୋଷ୍ଟାଲ ର ବିଭିନ୍ନ ଯୋଜନା,ସାଇବର କ୍ରାଇମ ବିଷୟରେ ଅବଗତ କରାଇଥିଲେ l ଏହି ମିତବ୍ୟୟୀତା ଦିବସ ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ହୋଇଥିବା ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ପୋଷ୍ଟାଲ ଏଜେଣ୍ଟ , ଜିଲ୍ଲାପାଳ କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀ, କର୍ମକର୍ତ୍ତା ଉପସ୍ଥିତ ଥିଲେ l


