ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ
କଟକ (ଓ୍ବାଇଏନଏସ): ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୫ ପାଳିତ ହୋଇଯାଇଅଛି । ଏହି ଅବସରରେ ବଜ୍ରକବାଟୀ ସ୍ଥିତ ସେକେଣ୍ଡାରୀ ବୋର୍ଡ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ସେକେଣ୍ଡାରୀ ବୋର୍ଡ ଉଚ୍ଚ ବିଦ୍ୟାଳୟର ଶ୍ରୀ ମିହିର ଶତପଥୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀ ମୃତ୍ୟୁଞ୍ଜୟ ପରିଡା ଦ୍ଵିତୀୟ ସ୍ଥାନ ଓ ଶ୍ରୀ ଓମ ପ୍ରକାଶ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମହାବିଦ୍ୟାଳୟ ସ୍ତରରେ କୁଇଜ ପ୍ରତିଯୋଗିତା ରେ ରେଭେନ୍ସା ମହାବିଦ୍ୟାଳୟର ଶ୍ରୀ ଅଶଲେଷ ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହି ମହାବିଦ୍ୟାଳୟର ଶ୍ରୀ ଈଶାନ କୁମାର କୁଆଁର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀ ସଚ୍ଚିଦାନନ୍ଦ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । କୁଇଜ ପ୍ରତିଯୋଗିତାର ବିଚାରକ ଭାବେ ଶ୍ରୀ ସୌଭାଗ୍ୟ ରାଉତ ଓ ସାଗରୀକା ରାଉତ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପର୍ଯ୍ୟଟନ ଉପଖଣ୍ଡ କାର୍ଯ୍ୟାଳୟ, କଟକ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଆୟୋଜନ ହୋଇଥିଲା ।


