ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟ ଦିବସ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ଆନୁକୂଲ୍ୟରେ ‘ ବିଶ୍ୱ ବାଣିଜ୍ୟ ଦିବସ ‘ ପାଳିତ ହୋଇଯାଇଛି l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ପ୍ରେରଣା ତଥା ବିଭାଗ ମୁଖ୍ୟ ଡକ୍ଟର ଅନ୍ନପୂର୍ଣ୍ଣା ସାହୁଙ୍କ ଅଧ୍ୟକ୍ଷତାରେ ଏହି ଦିବସ ଉପଲକ୍ଷେ ଏକ ପାଠଚକ୍ର ଆୟୋଜିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଯୋଗଦେଇ ବାଣିଜ୍ୟର ପ୍ରାଚୀନ ପରମ୍ପରା ଓ ତାର ପରିବର୍ତ୍ତିତ ରୂପ ସମ୍ପର୍କରେ ବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ l ମୁଖ୍ୟବକ୍ତା ଭାବେ ସିନିୟର ମ୍ୟାନେଜର ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ଼, ସୁନାବେଡ଼ାର ଡକ୍ଟର ରବି ନାରାୟଣ ପାଢ଼ୀ ନିଜ ବକ୍ତବ୍ୟରେ ସମ୍ପ୍ରତି ବାଣିଜ୍ୟ ଶିକ୍ଷାର ମହତ୍ତ୍ୱ ଓ ଏହାର ବୃତ୍ତିଗତ ସମ୍ଭାବନା ସମ୍ପର୍କ ରେ ଆଲୋକପାତ କରିଥିଲେ l ଅନ୍ୟତମ ଅତିଥି ରୂପେ ମଂଚାସୀନ ଥିଲେ ସ୍ନାତକୋତ୍ତର ପରିଷଦ ସମୂହ ଅଧ୍ୟକ୍ଷ ଡକ୍ଟର ମନୋଜ କୁମାର ପଟ୍ଟନାୟକ l ବିଭାଗ ମୁଖ୍ୟ ଅନ୍ନପୂର୍ଣ୍ଣା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ମହେଶ କୁମାର ମିଶ୍ର l ଶେଷରେ ଅଧ୍ୟାପିକା ଅନିତା କୁମାରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ