ବିଶ୍ୱ ଯକ୍ଷ୍ମା ଦିବସ ପାଳିତ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି, ଅନୁଷ୍ଠାନ ଅଧ୍ୟକ୍ଷ ଡ. ଗିରିଧର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯକ୍ଷ୍ମା ବିଭାଗ ସୁପରଭାଇଜର ଦୂର୍ଗା ପ୍ରସାଦ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ଏବଂ ସ୍ଵେଚ୍ଛାସେବୀ ମାନଙ୍କୁ ଯକ୍ଷ୍ମା ରୋଗ ବ୍ୟାପିବାର କାରଣ, ନିରାକରଣ ଏବଂ ଚିକିତ୍ସା ସମ୍ପର୍କରେ ସଚେତନ କରିବା ସହ ଏହି ବାର୍ତ୍ତାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ, ଏହୀ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ଡ ଇ ରବିନାରାୟଣ ପାତ୍ର ମଞ୍ଚାସୀନ ଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ସୀମାଞ୍ଚଳ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ, କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ.


