ସ୍ୱର୍ଗତ ପ୍ରସନ୍ନ ଦାଶଙ୍କ ୧୦୬ ତମ ଜନ୍ମଜୟନ୍ତୀ ଅଵସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ବେତନଟୀ (ଉଦିତ କୁମାର ପରିଡା): ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ଜନନାୟକ ତଥା ପୂର୍ବତନ ବାଚସ୍ପତି ଓ ପରିବେଶ ମନ୍ତ୍ରୀ ସ୍ବର୍ଗତ ପ୍ରସନ୍ନ କୁମାର ଦାଶଙ୍କ ୧୦୬ତମ ଜନ୍ମବାର୍ଷିକୀରେ ବେତନଟୀସ୍ଥିତ ବଙ୍ଗଳାଛକଠାରେ ପ୍ରତିଷ୍ଠିତ ହୋଇଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ଧୂପଦାନ ଓ ମାଲ୍ୟାର୍ପଣ କରାଯାଇଅଛି । ସ୍ବର୍ଗତ ପ୍ରସନ୍ନ କୁମାର ଦାଶଙ୍କ ସ୍ମୃତି କମିଟି ତରଫରୁ ଆବାହକ ଆଡଭୋକେଟ୍ ପ୍ରବୀର କୁମାର ବାରିକଙ୍କ ନେତୃତ୍ୱରେ ସ୍ୱର୍ଗତ ଦାଶଙ୍କ କନିଷ୍ଠପୁତ୍ର ସୁଭାଷ ଚନ୍ଦ୍ର ଦାଶ, ବେତନଟୀ ବୁକ୍ କଂଗ୍ରେସ ସଭାପତି କୁଶଧର ବେହେରାଙ୍କ ସହିତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି, ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ, ସାମ୍ବାଦିକ ଅରୁଣ ଓତା, ସାମ୍ବାଦିକ ହରିଶ୍ଚନ୍ଦ୍ର ସାମଲ, ସାମ୍ବାଦିକ ଉଦିତ କୁମାର ପରିଡା, ସାମ୍ବାଦିକ ଲାଲମୋହନ ନାଏକ, ବରିଷ୍ଠ ନାଗରିକ ସଂଘର ସଂପାଦକ ଜୟନ୍ତ କୁମାର ପଟ୍ଟନାୟକ, କଂଗ୍ରେସ ନେତା ମୋହନ ମାଥୁର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏକଦା ବିଧାନସଭାରେ ଟାଣୁଆ ବିରୋଧୀଦଳର ନେତା, ପରିବେଶବିତ, ଶିମିଳିପାଳକୁ ଜୈବ ମଣ୍ଡଳ ଘୋଷଣା ଓ ସୁରକ୍ଷାର ଦାବି ସହ ଦୁର୍ନୀତିମୁକ୍ତ ଶାସନ ନିମନ୍ତେ ସ୍ୱର୍ଗତ ଦାଶ ସମଗ୍ର ଓଡ଼ିଶାର ସୁପରିଚିତ ଥିଲେ। ବେତନଟୀ ମାଟି ତାଙ୍କୁ ପାଇ ଧନ୍ୟ ହୋଇଥିବାର ବକ୍ତାଗଣ ସ୍ମୃତିଚାରଣ କରିଥିଲେ ।


