ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସିମାଞ୍ଚଳଙ୍କୁ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହି ର ପୌରାଣିକ ପ୍ରହଲ୍ଲାଦ ନାଟକ ର ରାଜା ହିରଣ୍ୟକାଶ୍ୟପ  ଭୂମିକାରେ ପ୍ରାୟ ୫୦ ବର୍ଷ ରୁ ଉର୍ଦ୍ଧ୍ବ ହେଲା ନିରବଚ୍ଛିନ୍ନ ଭାବେ ଅଭିନୟ କରିଥିବା  ସିମାଞ୍ଚଳ ପାତ୍ର ଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ଘୋଷଣା କରିବା ପରେ ଯାଦବ କୁଳରେ ଜନ୍ମିତ ସିମାଞ୍ଚଳ ଙ୍କୁ ଗୁରୁବାର ଗଞ୍ଜାମ ଜିଲ୍ଲା ଖେମୁଣ୍ଡିି ତାଲୁକା ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଯାଦବ ସମାଜ ସଭାପତି ଏ. ଜଗନ୍ନାଥ ପାତ୍ର, ସମ୍ପାଦକ ବାବାଜୀ କନ୍ୟାରି , ଉପଦେଷ୍ଟା ଏ. ବୁଦ୍ଧିଆ ପାତ୍ର,କାର୍ଯ୍ୟକର୍ତ୍ତା ଦଣ୍ଡପାଣି ପାତ୍ର,କାମରାଜୁ ପାତ୍ର ପ୍ରମୁଖ ବମୋକେଇ ଗ୍ରାମ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ମାଲ୍ୟାର୍ପଣ ପରେ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ