ଯଶୋଦା ଫାଉଣ୍ଡେସନ ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ରାସନ ସାମଗ୍ରୀ ବଣ୍ଟନ
ଛତ୍ରପୁର, (ଓ୍ବାଇଏନଏସ): ଯଶୋଦା ଫାଉଣ୍ଡେସନ ପକ୍ଷରୁ ଛତ୍ରପୁର ବ୍ଲକ ଓ ଆଖପାଖ ଅଂଚଳ ରେ ବିଭିନ୍ନ ଜନ ହିତକର କାର୍ଯ୍ୟ କରାଯାଉଥିବା ବେଳେ ମଙ୍ଗଳଵାର ଟ୍ରଷ୍ଟି ସାଗରିକା ପଣ୍ଡା ଙ୍କ ପୌରହିତ୍ୟ ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ମାଟିଖାଲ ଗ୍ରାମ ର ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଶ୍ରୀ ଗୌରୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ଏନଏସି ର ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର ଓ ସ୍ୱାଭିମାନ ସ୍ବେଛାସେବୀ ସଂଗଠନ ର ସଭାପତି ପ୍ରଶାନ୍ତ କୁମାର ମହାରଣା ଅତିଥି ଭାବେ ଯୋଗଦେଇ ବୃଦ୍ଧ ବୃଦ୍ଧା ଙ୍କୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ l ଫାଉଣ୍ଡେସନ ର ଏଭଳି ସାମାଜିକ କାର୍ଯ୍ୟ କୁ ପ୍ରଂଶସା କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଟ୍ରଷ୍ଟର ସୁଦଷ୍ଠା ସାହୁ ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନା ରେ ସହଯୋଗ କରିଥିଲେ l


