ଯଶୋଦା ଫାଉଣ୍ଡେସନ ପକ୍ଷରୁ ’ପିଲାଙ୍କ ସ୍ନେହ ଉତ୍ସବ’ କାର୍ଯ୍ୟକ୍ରମ

ଛତ୍ରପୁର, (ଓ୍ବାଇଏନଏସ): ଆଜିର ଶିଶୁ କାଲିର ଭବିଷ୍ୟତ l ଶିଶୁ ହସିଲେ ଦେଶ ହସିବ l କୁନି କୁନି ଶିଶୁ ଙ୍କ ମୁହଁ ରେ ହସ ଫୁଟାଇବା ନିମନ୍ତେ ଯଶୋଦା ଫାଉଣ୍ଡେସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଛତ୍ରପୁର ବ୍ଲକ ଅନ୍ତର୍ଗତ ନୁଆଁପଲ୍ଲୀ ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟି ସାଗରୀକା ପଣ୍ଡା ଙ୍କ ପୌରହିତ୍ୟ ରେ ଗ୍ରାମର ପିଲା ମାନଙ୍କୁ ନେଇ ” ପିଲା ଙ୍କ ସ୍ନେହ ଉତ୍ସବ ” କାର୍ଯ୍ୟକ୍ରମ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ବେଲୁନ ଫୁକା, ସାମୁହିକ କେକ କଟିଙ୍ଗ, ନାଚ, ଗୀତ, କୁଇଜ, ମିଷ୍ଟାନ ଓ କଲମ ବଣ୍ଟନ ସହିତ ଭୋଜିଭାତର ଆସର ହୋଇଥିଲା l ଏଥିରେ ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ,ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର, ଆଇନଜୀବି ଡ଼ଃ ପ୍ରଶାନ୍ତ କୁମାର ଶତପଥି, ଓଡିଶା ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ମହାରଣା ଓ ଯୁବ ସାମ୍ବାଦିକ ସନ୍ତୋଷ କୁମାର ସାହୁ ଙ୍କ ସମେତ ଗ୍ରାମର ବହୁ ମନୟାଗଣ୍ୟ ବ୍ୟକ୍ତି ମାନେ ଏହି କାର୍ଯ୍ୟକ୍ରମ ଯୋଗଦେଇ ଶିଶୁ ମାନଙ୍କ ସହିତ ମଜାନେଇଥିଲେ l ଏହା ସହିତ ଶିଶୁ ମାନଙ୍କୁ ସୁନାଗରିକ ହେବା ନିମନ୍ତେ ବିଭିନ୍ନ ପ୍ରକାର ପରାମର୍ଶ ଦେଇଥିଲେ l ଟ୍ରଷ୍ଟ ର ଏଭଳି କାର୍ଯ୍ୟକ୍ରମ କୁ ଅତିଥି ଏବଂ ଗ୍ରାମବାସୀ ମାନେ ଭୁୟସୀପ୍ରଂଶସା କରିଥିଲେ l ଏଭଳି କାର୍ଯ୍ୟ ଯୋଗୁଁ ଗାଁ ର କୁନି କୁନି ଶିଶୁ ବିଭିନ୍ନ ଲୁକାୟତ ପ୍ରତିଭା ଖୋଜି ବାହାର କରିବା ନିମନ୍ତେ ବେଶ ସହାୟକ ହେବ ବୋଲି ମଧ୍ୟ ବୃଦ୍ଧିଜୀବି ମାନେ ମତ ପ୍ରକାଶ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ପୁଷ୍ପାଞ୍ଜଳି ସାହୁ, ସୁଦେଷ୍ଠା ସାହୁ ଏବଂ ଗ୍ରାମ ର ବହୁ ମହିଳା ପୁରୁଷ ମାନେ ସହଯୋଗ କରିଥିଲେ l ପ୍ରାରମ୍ଭ ରେ ଅତିଥି ଏବଂ ଯୋଗଦେଇ ଥିବା ଶିଶୁ ଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ ପ୍ରଦାନ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ