ଅଗ୍ନି ବିପନ୍ନଙ୍କୁ ଯୁବ ବ୍ୟବସାୟୀଙ୍କ ସହାୟତା

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) :କୋଣାର୍କ ଥାନା ଅନ୍ତର୍ଗତ ଉଦୟକଣି ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବାପତ୍ର ପୋଡ଼ି ନଷ୍ଟ ହୋଇ ଯାଇଥିବା ପରିବାରକୁ ଭେଟି ସମାଜସେବୀ ତଥା କୋଣାର୍କରେ ଥିବା ମହାଲକ୍ଷ୍ମୀ ଜୁଏଲାରୀ ଦୋକାନର ମାଲିକ  ସୁଶାନ୍ତ ଚିନରା (ହାପି) ସାହାଯ୍ୟ କରିଛନ୍ତି । ଗତ ଶୁକ୍ରବାର ରାତ୍ର ୧୧ଘଟିକା ସମୟରେ ହଠାତ୍ ବିଦୁତ୍ ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି ଉଦୟକଣି ଗ୍ରାମର କପିଳେନ୍ଦ୍ର କାଣ୍ଡିଙ୍କ ୩ବଖରା ଚାଳ ଘର ସଂପୂର୍ଣ୍ଣ ପୋଡ଼ି ଯାଇଥିଲା । ଘର ଭିତରେ ଥିବା ସମସ୍ତ ଆସବାବପତ୍ର, ଲୁଗାପଟା, ବାସନ କୁସନ ପୋଡ଼ି ପାଉଁଶ ହୋଇଯାଇଥିଲା । ଉକ୍ତ ପରିବାର ଗରିବ ଦିନ ମଜୁରୀଆ ଦଳିତ ଶ୍ରେଣୀରେ ହୋଇଥିବାରୁ ଯୁବ ବ୍ୟବସାୟୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ପରିବାରକୁ ଶୁଖିଲା ଖାଦ୍ୟ, ପନି ପାରିବା ଓ ଅଙ୍ଗବସ୍ତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ, ପବିତ୍ର ରାଉତ ଓ ସାମ୍ବାଦିକ ଗଣେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ