ଟ୍ରଲର୍‌ ଧକ୍କାରେ ଯୁବକ ମୃତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହନ୍ତ): କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ କୁହା ଯାଉଥିବା ୨୦ ନମ୍ବର ଜାତୀୟ ରାଜପଥରେ ପ୍ରତିଦିନ ଖଣିଜ ସାମଗ୍ରୀ ପରିବହନ ପାଇଁ ଶହ ଶହ ଭାରୀଯାନ ଚଳାଚଳ କରୁଥିବାର ରାସ୍ତାର ଅବସ୍ତା ଦିନକୁ ଦିନ ଖରାପ ହେବାରେ ଲାଗିଛିା ଯାହା ପାଇଁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି ।ରବିବାର ସକାଳ ୭ଟା ବେଳେ ବାଙ୍କମାରୁଣୀରେ ଟ୍ରଲର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ବାଙ୍କମାରୁଣୀ ଗ୍ରାମର ୩୨ ବର୍ଷୀୟ ରାଜେଶ ମୁଣ୍ଡା (ଚେମୁଟୁ) ନିଜ ବାଡିରେ ଥିବା ପାଳଗଦାରୁ ଗୋରୁ ଖାଉଥିବା ଘଉଡାଇବା ପାଇଁ ଯାଇଥିଲେ। ସେହି ସମୟ ରେ କେନ୍ଦୁଝରରୁ ଯୋଡା ଅଭିମୁଖେ ଯାଉଥିବା ଏକ (ଓଡ଼ି-୦୯-ୟାଇ-୪୫୫୮) ନମ୍ବର ବିଶିଷ୍ଟ ଟ୍ରଲର ଭାରସାମ୍ୟ ହରାଇ ପାଳଗଦାରେ ଚଢିଯିବା ବେଳେ ରାଜେଶଙ୍କ ଉପରେ ଚଢିଯାଇଥିଲା। ଘଟଣା ସ୍ଥଳରେ ରାଜେଶଙ୍କ ମୃତ୍ୟୁ ହୋଇଛି।  ସେହିପରି ରାଜେଶ ର  ବଡ ପୁଅ ୮ ବର୍ଷୀୟ ପୁଅ କହ୍ନେଇ ମୁଣ୍ଡା ୨ ମାସ ହେବ ଗାଡି ଦୁର୍ଘଟଣାରେ ଗୋଡ ଭାଙ୍ଗି ବିଛଣାରେ ପଡ଼ିଛି ପଳାସପଙ୍ଗା ଫାଣ୍ଡି ପୁଲିସ ଓ ସଦର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଘଟାଇଥିବା ଟ୍ରଲର କୁ ଜବଦ କରିଛନ୍ତି।କିଛି ସମୟ ପାଇଁ ସ୍ଥାନୀୟ ଲୋକଙ୍କ ଦ୍ବାରା ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଗାଡି ସବୁ ଅଟକି ରହିଥିଲା। ପରେ ପୁଲିସ ର ବୁଝାସୁଝା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।ରାଜେଶ ପରିବାର ର ଏକ ମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିବାରୁ ତାଙ୍କର ବଡପୁଅ ସହ ସ୍ତ୍ରୀ ପ୍ରମିଳା ମୁଣ୍ଡା ଓ ୫ ବର୍ଷର ପୁଅ ଅମିତ ବେସାହାରା ହୋଇ ପଡିଛନ୍ତି। ପ୍ରଶାସନ ଦ୍ୱାରା ପରିବାର ଚଳାଇବା ପାଇଁ ସହାୟତା ପ୍ରଦାନ କରିବା ସ୍ଥାନୀୟ ବାସୀି ଦାବି କରିଛନ୍ତି । ପଳାଶପଙ୍ଗା ବିଟ ହାଉସ ଏଏସଆଇ ପ୍ରସାଦ  ଚନ୍ଦ୍ର ଖଟୁଆ କେସ୍ ନଂ – ୧୬୪/୨୫ରେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ