ଚଳନ୍ତା ଟ୍ରେନରୁ ଡେଇଁ ଯୁବକ ଆହାତ
ଛତ୍ରପୁର, (ଓ୍ବାଇଏନଏସ): ଚଳନ୍ତା ଟ୍ରେନ ରୁ ଡେଇଁ ଜଣେ ଯୁବକ ଆହାତ ହୋଇଛନ୍ତି l ଆହାତ ଜଣକ ହେଲେ କେନ୍ଦୁଝର ଗୁଣ୍ଠପୁର ଅଂଚଳ ର ବିକ୍ରମ ମୁଣ୍ଡା l ତାଙ୍କର ଗୋଡ଼ ଏବଂ ପିଠି ରେ ଗଭୀର ଆଘାତ ଲାଗିଛି l ମିଳିଥିବା ସୂଚନା ମୁତାବକ ବିକ୍ରମ ବିଶାଖାପାଟଣା ରେ ଲେବର ଭାବେ କାମ କରୁଥିଲେ l ତାଙ୍କୁ ଘରୁ କୋଣସି କାମ ନିମନ୍ତେ ଡାକରା ଆସିଥିଲା ସେଥିପାଇଁ ସେ ବିଶାଖାପାଟଣା ରୁ ଭୁବନେଶ୍ୱର ଅଭିମୁଖେ ଏକ ଟ୍ରେନ ରେ ଯାଉଥିଲେ l ହଠାତ ସେ ଛତ୍ରପୁର ନିକଟରେ ଟ୍ରେନ ରୁ ଡେଇଁ ପଡି ଯାଇଥିଲେ l ସ୍ଥାନୀୟ ବାସିନ୍ଦା ଏହାଦେଖି ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l ସେଠାରେ ସେ ଚିକିତ୍ସା ହେଉଛନ୍ତି l ଏହାର ଖବର ପାଇ ଆରପିଏଫ ପୋଲିସ ଚିକିତ୍ସାଳୟରେ ପହଁଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି l


