ଛାତରୁ ଖସି ଯୁବତୀ ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ରେ ସାଇନା ପାତ୍ର ନାମ୍ନୀ ଜଣେ ଯୁବତୀ ଅସାବଧାନତା କାରଣରୁ ୩ ମହଲା ଛାତରୁ ଖସି ଗୁରୁତର ଆହାତ ହୋଇଛନ୍ତି।ଶୁକ୍ରବାର ଅପରାହ୍ନ ପ୍ରାୟ ୨ ଟାରେ ସାଇନା କୌଣସି କାମରେ ଛାତ କୁ ଯାଇଥିବା ବେଳେ ତଳକୁ ଖସି ପଡ଼ିଥିଲେ।ତାଙ୍କୁ ପରିବାର ଲୋକେ ସ୍ଥାନୀୟ ବାସିନ୍ଦା ଙ୍କ ସହାୟତାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।


