ବଜ୍ରପାତରେ ଯୁବତୀ ମୃତ, 7 ଗୁରୁତର

ମୋହନା, (ଓ୍ବାଇଏନଏସ): ନିଜ ଦୋକାନ ଆଗରେ ବସିଥିଲେ ଯୁବତୀ । ଏଥିସହ ଗଛ ମୂଳେ ଘର କାମ କରୁଥିଲେ କିଛି ଲୋକ । ଏତିକିବେଳେ ହେଲା ବଜ୍ରପାତ ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ 5 ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରା.ଉଦୟଗିରି ଥାନା କାନକଟା ଗାଁରେ  ମୃତ ଯୁବତୀ ହେଲେ ଦମୟନ୍ତୀ ମଣ୍ଡଳ (22) । ଗୁରୁତର ଆହତ ମାନେ ହେଲେ ସେହି ଗାଁର ଦlଉଡ଼ ମଣ୍ଡଳ (33), ସୁନୀଲ ମଣ୍ଡଳ (20), ମାଙ୍ଗୀ ଭୂୟାଁ (42), ଲେଙ୍ଗି ଭୂୟାଁ (55) ଓ ଦୀପା ରଇତ । ସେହିପରି ମୋହନା ଥାନା ରାଇପୁର ଗାଁରେ ବଜ୍ରପାତ ରେ ମାଆ, ପୁଅ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଶୁଭ୍ରକେଶୀ ବର୍ଦ୍ଧନ (32) ଓ ସଞ୍ଜୟ ବର୍ଦ୍ଧନ (15) । ସମସ୍ତ ଗୁରୁତର ଙ୍କୁ ଚନ୍ଦ୍ରଗିରି ମେଡିକାଲ ରେ ଭର୍ତ୍ତି କରାଯାଇଛି । ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି l ଶୁକ୍ରବାର ଅପରାହ୍ନ ପ୍ରାୟ 3 ଟାରେ ଅଚାନକ ପାଗ ବଦଳିବା ସହ ପବନ, ବର୍ଷା ଆରମ୍ଭ ହୋଇଥିଲା । ଏଥିସହ ବିଜୁଳି ଓ ଘଡଘଡି ମଧ୍ୟ ହୋଇଥିଲା । ଏହି ସମୟରେ କାନକଟା ଗାଁର ଦମୟନ୍ତୀ ମଣ୍ଡଳ ନିଜ ଦୋକାନ ଆଗରେ ବସିଥିବା ବେଳେ ହୋଇଥିଲା ବଜ୍ରପାତ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି l ଏଥିସହ ଦୋକାନ ପାଖରେ ଥିବା ଏକ ଗଛ ମୂଳରେ କିଛି ଲୋକ କାମ କରୁଥିବା ବେଳେ ବଜ୍ରପାତ ଯୋଗୁ 5 ଜଣ ଗୁରୁତର ହୋଇଛନ୍ତି । ସେହିପରି ରାଇପୁର ଗାଁରେ ଶୁଭ୍ରକେଶୀ ବର୍ଦ୍ଧନ ଓ ତାଙ୍କ ପୁଅ ଘର ପାଖରେ ଥିବାବେଳେ ବଜ୍ରପାତ ହୋଇଥିଲା । ଫଳରେ ଉଭୟ ମାଆ ଓ ପୁଅ ଗୁରୁତର ଆହତ ହୋଇ ଚନ୍ଦ୍ରଗିରି ମେଡିକାଲ ରେ ଚିକିତ୍ସାଧୀନ ଅଛନ୍ତି । ଖବର ପାଇ ପୁଲିସ ଓ ରାଜସ୍ବ ନିରୀକ୍ଷକ କାନକଟା ରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ