ହାଇୱା ଧକ୍କାରେ ଯୁବତୀ ଗୁରୁତର

ହାଟଡିହି (ବିକାଶ ବିଶ୍ବାଳ):  ହାଟଡିହି ବ୍ଲକ ଅଣା – ସମଣା ରାସ୍ତାର ଡଙ୍କୁରୀ ନିକଟରେ ଏକ ହାଇୱା ସାଇଟ ମାରିବାରୁ ରାସ୍ତାରେ ଯାଉଥିବା ଜଣେ ଯୁବତୀ ଗୁରୁତର ହୋଇଛନ୍ତି। ଯୁବତୀଙ୍କ ଘର ସମଣା ପଞ୍ଚାୟତ ତେମଳା ଗ୍ରାମର ଶୁଭଲକ୍ଷ୍ମୀ ନାୟକ (୨୨) ବୋଲି ଜଣାଯାଇଛି। ଆଜି ସକାଳେ ସେ ଛେନାପଦି ଛକକୁ ମାର୍ଙ୍କେଟିଂ ପାଇଁ ଆସି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେହି ସମୟରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଆନନ୍ଦପୁର ଏକ ବୈଠକରେ ଯୋଗ ଦେବାକୁ ଯାଉଥିବା ସମୟରେ    ଯୁବତୀ ଜଣକ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ବିଧାୟକ ତୁରନ୍ତ ପୋଲିସକୁ ଜଣାଇଥିଲେ। ପୋଲିସ ଗାଡି ପହଁଚିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଯୁବତୀଙ୍କୁ ଥାନା ଗାଡ଼ିରେ ଆନନ୍ଦପୁର ଡାକ୍ତରଖାନାକୁ  ପଠାଇ ଥିଲେ।  ଅଣା-ସମଣା ରାସ୍ତାରେ ଶହ ଶହ ବାଲି ବୋଝେଇ ଭାରିଯାନ ଚଳାଚଳ କରୁଥିବାରୁ ଏପରି ଦୁର୍ଘଟଣା ଘଟୁଛି । ଚାଳକ ମାନେ ନିଶା ଶକ୍ତ ହୋଇ ବେପରୁଆ ଭାବେ ଗାଡି ଚ଼ଳାର ଥିବାରୁ ସାଧାରଣ ଲୋକମାନେ ଯାତାୟତ କରିବାରେ ନାନା ଅସୁବିଧା ଭୋଗୁଛନ୍ତି।  ଏହି ରାସ୍ତା ଦେଇ ୬/ ୭ଟି ପଞ୍ଚାୟତର ସ୍କୁଲ କଲେଜ ଯିବା ଆସିବା କରୁଥିବାରୁ  ଦିନ ବେଳା ଏହି ରାସ୍ତାରେ ବାଲି ପରିବହନ ବନ୍ଦ କରିବାକୁ ବିଧାୟକ ଦାବି କରିଛନ୍ତି। ଏନେଇ ସେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ