ଯୁବକଙ୍କୁ ଜାତିଆଣ ଆକ୍ଷେପ କରି ଦୁର୍ବ୍ୟବହାର: ଥାନାରେ ଅଭିଯୋଗ
ହାଟଡିହି (ଓ୍ବାଇଏନଏସ) : ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ଗାଁ ର ଜଣେ ଯୁବକ ତା ଭିତରକୁ ପସି ଯିବାରୁ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ ସହିତ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ନେଇ ଯୁବକ ଜଣକ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାଇ ଟୁକୁଣା ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ସେହି ଗ୍ରାମର ହେମନ୍ତ ଶଙ୍ଖୁଆ ନାମକ ଜଣେ ଯୁବକ ଭିତରକୁ ଯାଇଥିଲା। ସେହି ସମୟରେ ଗ୍ରାମର ଜିତନ ଧଳ ନାମକ ଜଣେ ବ୍ୟକ୍ତି ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର କରି ବାହାର କରିଦେଇଥିଲା। ଯେଉଁଥିରେ ଯୁବକଙ୍କ ସମ୍ମାନ ହାନୀ ଘଟିଥିବା ଅଭିଯୋଗ କରି ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିବେଦନ କରିଛନ୍ତି। ହେମନ୍ତ ଏନେଇ ମୁଖ୍ୟମନ୍ତ୍ରୀ, କେନ୍ଦୁଝର ଏସ ପି ଏବଂ ଆନନ୍ଦପୁର ଏସ୍ଡ଼ିପିଓ ଙ୍କୁ ମଧ୍ୟ ଜଣାଇଛନ୍ତି।


