ହତ୍ୟା ଉଦ୍ୟମ ଅଭିଯୋଗରେ ଯୁବକ ଗିରଫ

ଦିଗପହଣ୍ଡି, (ଓ୍ବାଇଏନଏସ): ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତର ସିନ୍ଧୁଖାଳି ଗ୍ରାମରେ ମହିଳାଙ୍କୁ ଅସଦାଚରଣ ସହ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ କେ. ନୂଆଗାଁ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି।ସେ ହେଲେ ସିନ୍ଧୁଖାଳି ଗ୍ରାମର ତୋଫାନ ନାଇକ।ଗତ ମଙ୍ଗଳବାର ରାତିରେ ତୋଫାନ ନିଶାସକ୍ତ ଅବସ୍ଥାରେ ଭଉଣୀ ପୂର୍ଣ୍ଣବାସୀ ନାଇକଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲା।ସେ ଏବଂ ତାଙ୍କ ଝିଅ ପ୍ରତିବାଦ କରିବାରୁ ଅଭିଯୁକ୍ତ ଉଭୟଙ୍କୁ ମାଡମାରି ଲହୁଲୁହାଣ କରିଥିଲା। ଏଥିରେ ପୂର୍ଣ୍ଣବାସୀଙ୍କ ଝିଅର ଗୋଡ଼ ମଧ୍ୟ ଭାଙ୍ଗି ଯାଇଥିଲା। ଏହି ସମୟରେ ତୋଫାନ ଙ୍କ ଅନ୍ୟ ଏକ ଭଉଣୀ ସୁକାନ୍ତି ପ୍ରତିବାଦ କରି ଥିବାରୁ ଅଭିଯୁକ୍ତ ତାଙ୍କ ଘରର ଗ୍ରୀଲ ଭାଙ୍ଗି ସୁକାନ୍ତି ଓ ତାଙ୍କର ଦୁଇ ବର୍ଷର ଶିଶୁକୁ ମଧ୍ୟ ଆକ୍ରମଣ କରିଥିଲା। ସୁକାନ୍ତିଙ୍କ ଏତଲା ଭିତ୍ତିରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ. ୪୩୮/୨୫ ପ୍ରକାରେ ମାମଲା ରୁଜୁ କରିଥିଲେ।ତଦନ୍ତକାରୀ ଅଧିକାରୀ ଏଏସଆଇ ସି.ତାରକେଶ୍ୱର ରାଓ ଅଭିଯୁକ୍ତ ତୋଫାନ କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିବା ପରେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ