ଟ୍ରେନଲାଇନରେ ଯୁବକର ଆତ୍ମହତ୍ୟା

କଲ୍ୟାଣସିଂହପୁର(ଏଙ୍କଟେଶ୍ୱର ପାଢ଼ୀ): ରାୟଗଡା କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତ ଭାଲେରି ଗ୍ରାମର ଜଣେ ପୁର୍ଣ ବାଗ ରୋଗୀକୁ ସଞ୍ଜୟ ବିଡ଼ିକା (୨୫)ଗତକାଲି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାନ୍ଧ୍ୟା ରେ ଚିକିତ୍ସା ପାଇଁ ଆସିଥିଲେ। ସନ୍ଦ୍ୟା ହେବାରୁ ଡାକ୍ତର ହୀରାଞ୍ଚଳ ପଟନାୟକ ଥିଲେ। ସନ୍ଦ୍ୟା ହୋଇଥିବାରୁ ଚିକିତ୍ସା ହୋଇ ପାଇବ ନାହିଁ ଅପେକ୍ଷା କରନ୍ତୁ ବୋଲି ଡାକ୍ତର କହିଥିଲେ। ଡାକ୍ତର ଓ ସଂଜୟ ଙ୍କ  ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇ ପାଟିତୁଣ୍ଡ ହୋଇଥିଲା। ପରେ ଡାକ୍ତର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଞ୍ଜୟ ମର୍ମାହତ ହୋଇ ବୃନ୍ଦାବଡି ଚାଲିଯାଇ ରେଳ ଧାରଣା ରେ ଆତ୍ମହତ୍ୟା କରିଦେଇଥିଲା। ଏହି ଖବର ଶୁଣି ପରିବାର ଓ ସମ୍ପର୍କୀୟ ମିଶି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ପାଟି ତୁଣ୍ଡ ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା।ବହୁଲୋକ ଆସି ମେଡିକାରେ ଭଙ୍ଗାରୁଜା କରିଥିଲେ। ପରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା ପହଁଚି ବୁଝାସୁଝା କରିଥିଲେ। ପରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କର ଓ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସହୁ ଓ ପୋଲିସ ଉପସ୍ଥିତ ରହି ବୁଝସୁଝା କରି ଥିଲେ।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଓ ବିଷମକଟକ ସୀମାନ୍ତ  ବୃନ୍ଦାବାଡି ରେଳ ଧାରଣା ରେ  ସଞ୍ଜୟ ମୃତ ଦେହ ଠାବ ହୋଇଛି। ଆଜି ରେଳବାଇ ବିଭାଗ ପକ୍ଷରୁ  ଲାଇନ ସଫେଇ କରୁଥିବା ବେଳେ କିଛି ଲୋକ ଦେଖି ରେଳବିଭାଗ ପୁଲିସ କୁ ସୂଚନା ଦେଇଥିଲେ। ଉକ୍ତ ଖବର ପାଇ ମୁନିଗୁଡା ରେଳ ବିଭାଗର ଆର ପି ଏଫ ର ଏସ ଆଇ ଟି ଏସ ଭଞ୍ଜ ଏକ ଦଳ ସହ ଘଟଣା ସ୍ଥଳରେ ପହଞ୍ଚି     ଶବ ଜବତ କରି  ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ