ରାୟଗଡରେ ଆର.ଏସ.ଏସର ଶତାବ୍ଦୀ ବର୍ଷ ଅବସରରେ ଯୁବ ସମ୍ମିଳନୀ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ଶତାବ୍ଦୀ ବର୍ଷ ଅବସରରେ ଯୁବ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍‌ ଭାବେ ଜିଲ୍ଲା ସଙ୍ଘ ଚାଳକ ରାଧାକୃଷ୍ଣ ଜାନି , ମୁଖ୍ୟବକ୍ତା ଭାବେ ଓଡିଶା ପ୍ରାନୁ ମହାବିଦ୍ୟାଳୟ ପ୍ରମୁଖ ମନୋରଞ୍ଜନ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ସଂଘ ସହ ବିଭାଗ କାର୍ଯ୍ୟ ବାହ ଜୁରିଆ ଜାନି ଓ ଯୁଧିଷ୍ଠିର ସାହୁ ପ୍ରମୁଖ ଯୋଗଦେଇ ଭାରତରେ ସଙ୍ଘର କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖୁଥିଲେ । ସେହିପରି ଗଞ୍ଜାମ ବିଭାଗ ସହ ବିଭାଗ କାର୍ଯ୍ୟବାହ ଜୁରିଆ ଜାନି ନିଜ ବକ୍ତବ୍ୟରେ “ନୂଆ କରି ନୂଆ ଭାରତ ଆମେ ଗଢିବା ” ଲକ୍ଷକୁ ପୂରଣ କରିବାର ସଂକଳ୍ପ ନେବାପାଇଁ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟତମ ଅତିଥ୍ ଭାବେ ଜିଲ୍ଲା କାର୍ଯ୍ୟବାହ ରବୀନ୍ଦ୍ର ଭୂୟାଁ, ଜିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ପ୍ରସାଦ ଘଡ଼ାଇ, ଖଣ୍ଡ ସଙ୍ଘ ଚାଳକ ନରେଶ ଶବର, ଜିଲ୍ଲା ବୌଦ୍ଧିକ ପ୍ରମୁଖ ରାମଚନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକର ବିଭିନ୍ନ ଗ୍ରାମରୁ  କୃଷକ,ବ୍ୟବସାୟୀ ମିଶି ୧୬୦ ଜଣ , ବିଦ୍ୟାର୍ଥି ୧୩୦ ଜଣଙ୍କ ସହ ମୋଟ ପ୍ରାୟ ୩୫୦ ଜଣ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମକୁ ଖଣ୍ଡ କାର୍ଯ୍ୟବାହ ଭୀମ ଶବର ପରିଚାଳନା କରିଥିଲେ
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ