ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳିତ
କୋଣାର୍କ (ଓ୍ବାଇଏନଏସ): ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ରାଜାରାମ ମଠ ପରିସରରେ କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳିତ ହୋଇଯାଇଛି। କାକଟପୁର କଂଗ୍ରେସ ଯୁବ ସଭାପତି ବିରଂଚି ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ କୋଣାର୍କ ଏନଏସି କାଉନସିଲର ନିହାର ରଞ୍ଜନ ବେଉରା,କୋଣାର୍କ ଏନଏସି ପୃର୍ବତନ ଯୁବ କଂଗ୍ରେସ ସଭାପତି ସ୍ବାଧୀନ ନାୟକ, ପିନାକୀ ପ୍ରସାଦ ନାୟକ, ନିରଞ୍ଜନ ଖୁଣ୍ଟିଆ, ଲୋକନାଥ ବେହେରା, କୃଷ୍ଣଚନ୍ଦ୍ର ବେହେରା, ଚନ୍ଦନ କାଣ୍ଡି, ସୁବାସ ଦାସ, ପ୍ରଦେଶ ନାୟକ,ନୃସିଂହ ନାୟକ ଓ ସୌମ୍ୟ ଲେଙ୍କା ସମେତ ସମସ୍ତ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। ଏହି ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ କୋଣାର୍କ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଶୁଭ ମନାସି କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଯୁବ କଂଗ୍ରେସ ପକ୍ଷରୁ କୋଣାର୍କ ଏନଏସିର ସଫେଇ କର୍ମଚାରୀ ମାନଙ୍କୁ ବସ୍ତ୍ର ଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କାକଟପୁର ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ କମିଟିର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।