ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)  ଶନିବାର ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଅପରାହ୍ନ ପ୍ରାୟ ୪ ରେ ସେ ବ୍ରହ୍ମପୁର ରୁ କାମସାରି ତାଙ୍କ ଏକ୍ସଲ ମୋପେଡ଼ ଯୋଗେ  ଗାଁ କୁ ଫେରୁଥିବା ବେଳେ ବ୍ରହ୍ମପୁର – ଦିଗପହଣ୍ଡି ୧୭ ନଂ ରାଜ୍ୟ ରାଜପଥ ର ବାଲିପଡା ଗାଁ ପେଟ୍ରୋଲ ପମ୍ପ ନିକଟରେ ତାଙ୍କୁ ବିପରୀତ ଦିଗରୁ ଆସୁଥିବା ଏକ ବୁଲେଟ ମୋଟର ସାଇକେଲ ଧକ୍କା ଦେଇଥିଲା।ସେ ରାସ୍ତାକଡ କୁ ଛିଟକି ପଡ଼ିଥିଲେ।ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁଘଟିଥିବା ଖବର ମିଳିଛି।ବାସୁ ଜଣେ ଅସହାୟ ବ୍ୟକ୍ତି।ଗାଁ ର ଏକ ଭଡ଼ା ଘରେ ରହି ଗାଁ କୁ ଗାଁ ବୁଲି ସଞ୍ଜ ସଳିତା ବିକ୍ରି କରି କିଛି ଅର୍ଥ ଉପାର୍ଜନ କରି ସେ କୁଟୁମ୍ବ ପ୍ରତିପୋଷଣ କରୁଥିଲେ।ଏକମାତ୍ର ରୋଜଗାର କ୍ଷମ ବାସୁ ଙ୍କ ମୃତ୍ୟୁବରଣ କରିଥିବା ଖବର ପାଇବା ପରେ ପରିବାର ଲୋକେ ମ୍ରିୟମାଣ ହୋଇପଡିଛନ୍ତି।ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ