ସ୍କୁଟି ଗାଡି ଧକ୍କାକୁ କେନ୍ଦ୍ର କରି ଯୁବକଙ୍କୁ ମାରଣାତ୍ମକ ଆକ୍ରମଣ

 ଛତ୍ରପୁର, (ଓ୍ବାଇଏନଏସ): ରମ୍ଭା ଥାନା ଅନ୍ତର୍ଗତ ଗଜପତିନଗର  ଶିବ ଦାସ ନାମକ ଯୁବକଙ୍କୁ ସାମାନ୍ୟ ସ୍କୁଟି ଗାଡି ଧକ୍କା କୁ କେନ୍ଦ୍ର କରି ୪/୫ ଜଣ ବ୍ୟକ୍ତି ଠେଙ୍ଗାରେ ବାଡେଇ ବାଡେଇ ବାଡେଇ ମାରଣାତ୍ମକ ଆକ୍ରମଣ କରି ରକ୍ତାକ୍ତ ଅବସ୍ଥାରେ ରେ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି l ଏନେଇ ଶିବ ଗୁରୁତର ଅବସ୍ଥା ରେ ଛତ୍ରପୁର ଉପଖଣ୍ଡ ଚିକତ୍ସାଳୟ ରେ ଭର୍ତ୍ତି ହୋଇଛନ୍ତି l  ଏ ଘଟଣା କୁ ନେଇ ଶିବ ଙ୍କ ପରିବାର ବର୍ଗ ରମ୍ଭା ଥାନା ରେ ଲିଖିତ ଭାବେ ଅଭିଯୋଗ ଜଣାଇଥିଲେ ମଧ୍ୟ କୋଣସି ପ୍ରକାର ତାଙ୍କୁ ନ୍ୟାୟ ମିଳି ପାରୁନି l ଗୋଟେ ପଟେ ପୁଅ ହସ୍ପିଟାଲ ରେ ଗୁରୁତର ଅବସ୍ଥା ପଡ଼ିଥିବା ରେ ଅନ୍ୟପଟେ ଶିବ ଙ୍କ ବାପା ବାବୁଲି ଦାସ ନ୍ୟାୟ ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି l ସେ କହିବା ଅନୁସାରେ ଗତ ୬ ତାରିଖ ଦିନ ଶିବ  ରମ୍ଭା ରୁ ନିଜର ଏକ ବନ୍ଧୁଙ୍କଘରକୁ ଖବର କହି କି  ଫେରୁଥିବା ବେଳେ କଣ୍ଟାପଡାଛକ ରୁ ଗଜପତିନଗର ଯିବା ରାସ୍ତା ଉପରେ ଏକ ସ୍କୁଟି ଗାଡି ରହିଥିଲା l ଡାଉନରେ ଗାଡି ଗଡାଇବା ବେଳେ ବିପରୀତ ଦିଗରୁ ଏକ ଚାରି ଚକିଆ ଗାଡି ଆସୁଥୁବାରୁ  ଶିବ ଭରସାମ୍ୟ ହରାଇ  ସ୍କୁଟି ଗାଡି କୁ ସାମାନ୍ୟ ଧକ୍କା ଦେଇଥିଲେ l ଯାହାଫଳରେ ସ୍କୁଟି ଗାଡି ତଳେ ପଡିଯାଇଥିଲା l ଶିବ ସ୍କୁଟି ଗାଡି ଉଠାଇବା ବେଳେ ନିକଟରେ ଥିବା ଘରବାଲା ଆସି ସ୍କୁଟି ର ଦୁର୍ଘଟଣା ବିଷୟରେ ଆଲୋଚନା କରିଥିଲେ  ଶିବ  ସ୍କୁଟି ରେ ଯାହା ସାମାନ ନଷ୍ଟ ହୋଇଛି ତାହା ସବୁ ଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ  ଘରଵାଲା କୋଣସି କଥା କୁ ନଶୁଣି ତାଙ୍କ ର ବନ୍ଧୁବାନ୍ଧବ ଙ୍କୁ ଡାକି ଶିବ ଙ୍କୁ ୨/୩ ଟି ଠେଙ୍ଗା ଦ୍ୱାରା ୪/୫ ଜଣ ବ୍ୟକ୍ତି ବାଡେଇବା ସହିତ  ମାରଣାତ୍ମକ ଆକ୍ରମଣ କରି  ରକ୍ତାକ୍ତ ଅବସ୍ଥାରେ ପକାଇ ଚାଲି ଯାଇଥିଲେ l ଏହାପରେ ଅନ୍ୟ କିଛିଜଣ ବ୍ୟକ୍ତି ଙ୍କ ସହଯୋଗ ରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲ ରେ ପଠାଇଥିଲେ l ଏବେ ସେ ଛତ୍ରପୁର ହସ୍ପିଟାଲ ରେ ମରଣ ସହ ସଂଗ୍ରାମ କରୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ