ଧାନମଳା ମିସିନରେ ହାତ ଫସି ଯୁବକ ଗୁରୁତର

ମୋହନା, (ଓ୍ବାଇଏନଏସ): ଗଜପତି ଜିଲ୍ଲା ମୋହନା ଥାନା ପିଣ୍ଡିକି ପଂଚାୟତ ର ନିଯୁମା ଗ୍ରାମରେ ଧାନମଳା ମେସିନ ରେ ଲାଗି ଯୁବକ ଗୁରୁତର ଆହତ ହୋଇଛନ୍ତି l ଯୁବକ ଜଣକ ହେଲେ ଅଭିମନ୍ୟୁ ମଲ୍ଲୀକ(38) । ସୂଚନା ପ୍ରକାରେ ଶନିବାର ନିଜଜମି ରେ ମେସିନ ମାଧ୍ୟମରେ ଧାନମନ୍ଥl ଚାଲିଥିଲା। ଏହି ସମୟରେ  ଅଚାନକ ଅଭିମନ୍ୟୁ ଙ୍କ  ଡାହାଣ ହାତ ମେସିନ ରେ ଫସି ଯାଇଥିଲା । ପରିବାର ଲୋକେ ମେସିନ ବନ୍ଦ କରି ରକ୍ତାକ୍ତ ଅବସ୍ଥା ରେ ଅଭିମନ୍ୟୁ ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ୱାରା  ଚନ୍ଦ୍ରଗିରି ମେଡିକାଲ ରେ ଭର୍ତ୍ତୀ କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ଡାକ୍ତର ସିମରାନ ବିଷୋୟୀ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ