ଗ୍ୟାସ ଦୁର୍ଘଟଣାରେ ଆହତ ଯୁବକ ମୃତ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ବଡଡୁମୁଳା ପଞ୍ଚାୟତ ବାଗଡା ଗ୍ରାମରେ ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡରର ପାଇପ ପରିବର୍ତ୍ତନ କରିବା ପରେ ଲାଇଟର ଲଗାଇବା ମାତ୍ରେ ନିଆଁ ଲାଗି ଆଶାକର୍ମୀ ଥିବା ଡଲି ପାଣିଗ୍ରାହୀଙ୍କ ବାରି ଘରର ଛାତ ଉଡିଯିବା ସହ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଥିବା ପଡୋଶୀ ପ୍ରଫୁଲ୍ଲ ପାତ୍ରଙ୍କ ଗୁରୁବାର ସକାଳେ କଟକ ବଡ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତ ଗୁରୁବାର ସନ୍ଧ୍ୟା ୮ ଘଣ୍ଟା ସମୟରେ ସ୍ବର୍ଗତ ପ୍ରମୋଦ ପାଣିଗ୍ରାହୀଙ୍କ ସ୍ତ୍ରୀ ଡଲି ନୂଆକରି ଆଣିଥିବା ଗ୍ୟାସର ପାଇପ ଲଗାଇବା ପାଇଁ ପଡୋଶୀ ଘରର ଯୁବକ ପ୍ରଫୁଲ୍ଲଙ୍କୁ ଡାକିଥିଲେ । ଗ୍ଯାସ ଦୁର୍ଘଟଣାରେ ଗୁରୁତର ପ୍ରଫୁଲ୍ଲଙ୍କୁ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନିଆଯାଇଥିବା ବେଳେ ସେଠାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।