ବସରୁ ଯୁବକଙ୍କୁ ଅପହରଣ: ଦେଢ଼ ଲକ୍ଷ ଟଙ୍କା ନ ମିଳିଲେ ହତ୍ୟା ଧମକ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଏକ ବସ ଯୋଗେ ନିଜ ଘରକୁ ଫେରୁଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି, ଅପହରଣକାରୀମାନେ ଯୁବକଙ୍କ ପରିବାରବର୍ଗଙ୍କୁ ଦେଢ଼ ଲକ୍ଷ ଟଙ୍କା ଦାବି କରିଛନ୍ତି। ଟଙ୍କା ନ ମିଳିଲେ ଯୁବକଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି। ଅପହୃତ ଯୁବକ ଜଣକ ହେଲେ ଆର.ଉଦୟଗିରି ଥାନା ସୁନ୍ଦରଡାଙ୍ଗ ଗ୍ରାମର ମଣ୍ଟୁ ବୀର। ପରିବାର ଲୋକଙ୍କ ସୂଚନା ପ୍ରକାରେ, ମଣ୍ଟୁ ଶୁକ୍ରବାର ନିଜ ଭିଣୋଇଙ୍କ ଗ୍ରାମ ମୋହନା ଥାନା ଏଣ୍ଡ୍ରିମା ଗ୍ରାମକୁ ଆସି ବସ୍‌ରେ ଫେରୁଥିବା ବେଳେ କିଛି ଲୋକ ତାଙ୍କୁ ଅପହରଣ କରି ନେଇଥିଲେ ଏବଂ ମୋହନା ସ୍ଥିତ ଗଜପତି ଲଜ୍‌ରେ ରଖୁଥିଲେ। ପରେ ପରିବାର ବର୍ଗଙ୍କୁ ଏକ ନମ୍ବରରେ ଯୋଗାଯୋଗ କରିବା ସହ ଦେଢ଼ ଲକ୍ଷ ଟଙ୍କା ଦାବି କରିଥିଲେ।ଏଥିସହ ମଣ୍ଡୁଙ୍କ ହାତ ଏବଂ ମୁହଁ ବନ୍ଧା ଥିବା ଏକ ଫଟୋ ପଠାଇ ପରିବାର ଲୋକଙ୍କୁ ଭୟଭୀତ କରିଥିଲେ. ଗତକାଲି ଶନିବାର ଦିନ ପରିବାର ଲୋକେ ମୋହ‌ନା ଆସି ଉକ୍ତ ଲଜ୍‌କୁ ଯାଇ ଦେଖିବା ବେଳେ ସେଠାରେ ମଣ୍ଡୁଙ୍କର କୌଣସି ପତ୍ତା ମିଳିନଥିଲା। ବାରମ୍ବାର ଅପହରଣକାରୀ ଟଙ୍କା ମାଗୁଛନ୍ତି; ଟଙ୍କା ନ ଦେଲେ ମଣ୍ଟୁଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିବା ପରିବାର ଲୋକେ କହିଛନ୍ତି। ଏନେଇ ମଣ୍ଡୁଙ୍କ ବାପା ଅନ୍ତନାସି ବୀରଙ୍କ ଲିଖୂତ ଅଭିଯୋଗ ମୋହନା ଥାନାରେ ଏକ ମାମଲା ରୁଜୁ କରିବା ସହ ପୁଲିସ ଗଜପତି ଲଜ୍‌ର ମାଲିକ ଶରତ ଚନ୍ଦ୍ର ସାବତଙ୍କୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ