ଟ୍ରେନ ଧକ୍କାରେ ଯୁବକ ମୃତ
ବାଲେଶ୍ବର(ସରୋଜ ପଣ୍ଡା): ଶନିବାର ଅପରାହ୍ନ ୪.୩୦ ମିନିଟ ସମୟରେ ବାଲେଶ୍ଵର ରେଳ ଷ୍ଟେସନ ନିକଟ ଆନନ୍ଦ ବଜାର ଠାରେ ରେଳ ଧାରଣା ପାରି ହେଉଥିବା ବେଳେ ଇଷ୍ଟ କୋଷ୍ଟ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।ମୃତ ଯୁବକ ହେଲେ ସହଦେବଖୁଣ୍ଟା ଥାନା ହରିପୁର ଅଞ୍ଚଳର ଦୀପକ ପାଣିଗ୍ରାହୀ।ଦୀପକ କାନରେ ଏୟାର ଫୋନ ଲଗାଇ ରେଳ ଧାରଣା ପାରି ହେଉଥିବା ବେଳେ ଟ୍ରେନ ଆସିବାର ଜାଣି ପାରି ନଥିଲେ।ଘଟଣା ସ୍ଥଳରେ ଜିଆରପି ପୋଲିସ ପହଞ୍ଚି ମୃତଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।