ଯୁବ ନେତା ଧିରେନ ନାୟକ ହେଲେ ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ

ବାଲେଶ୍ବର(ସରୋଜ ପଣ୍ଡା): ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ରାଜ୍ୟ କମିଟି ଘୋଷଣା କରିଛନ୍ତି। ଏହି କମିଟିରେ ପୁଣିଥରେ ବାଲେଶ୍ବରର ଜଣାଶୁଣା ଯୁବ ନେତା ଧିରେନ ନାୟକଙ୍କୁ ନିଯୁକ୍ତି ମିଳିଛି।ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଶ୍ରୀ ନାୟକଙ୍କ ନାମ ଘୋଷଣା ହେବା ପରେ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ କର୍ମୀ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶ୍ରୀ ନାୟକ ପୂର୍ବରୁ ମଧ୍ୟ ବିଜୁ ଛାତ୍ର ଜନତା,ଯୁବ ଜନତା,ଦଳର ଆଇ.ଟି,ସୋସିଆଲ ମିଡିଆ ଏବଂ ମିଡ଼ିଆ ସେଲର ବିଭିନ୍ନ ଦାୟିତ୍ୱରେ ରହି ସଫଳତା ସହ କାର୍ଯ୍ୟ କରିଛନ୍ତି।ଏହି ନିଯୁକ୍ତି ପରେ ଶ୍ରୀ ନାୟକ ଦଳର ସଭାପତି ନବୀନ ପଟ୍ଟନାୟକ,ବିଜୁ ଯୁବ ଜନତା ଜଳର ରାଜ୍ୟ ସଭାପତି ଚିନ୍ମୟ ସାହୁ,ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ,ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର,ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଜେଡି ନେତ୍ରୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର,ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସଦର ବିଧାୟକ ସ୍ବରୂପ ଦାସ,ବସ୍ତା ବିଧାୟିକା ସୁବାସିନୀ ଜେନା,ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ,ସୋର ବିଧାୟକ ମାଧବ ଧଡା,ପୂର୍ବତନ ନିଳଗିରି ବିଧାୟକ ସୁକାନ୍ତ ନାୟକ, ପୂର୍ବତନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା ଏବଂ ବାଲେଶ୍ବର ତଥା ସଦର ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃ ମଣ୍ଡଳୀଙ୍କୁ ଧନ୍ୟବାଦ ଜଣାଇବା ସହ ଦଳର ଏହି ଗୁରୁ ଦାୟିତ୍ୱକୁ ସୁଚାରୁ ରୂପେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ