ସାନ୍ଧ୍ୟ ଡିଗ୍ରି ମହାବିଦ୍ୟାଳୟରେ ୟୁଥ ପାର୍ଲାମେଣ୍ଟ୍‌

କେନ୍ଦ୍ରାପଡା,(ଓ୍ବାଇଏନଏସ): କେନ୍ଦ୍ରାପଡା ସାନ୍ଧ୍ୟ ଡିଗ୍ରି ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ୟୁଥ ପାର୍ଲାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନେତୃତ୍ୱ ଉପରେ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ । ବିକଶିତ ଭାରତ ତଥା ୫୦ ବର୍ଷର ଗଣତନ୍ତ୍ର ଉପରେ ଆଧାରିତ ବିଷୟ ଉପରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା, ସମ୍ମାନିତ ଅତିଥି ଭାବେ ମାଇଁ ଭାରତ ଯୁବ ଅଧିକାରୀ ଗୋଲି ତିରୁପତି ରେଡି, ଜାତୀୟ ସେବା ଯୋଜନା ଜିଲ୍ଲା ଅଧିକାରିଣୀ ଡ. ପଦ୍ମଜା କବି ଶତପଥି ପ୍ରମୁଖ ଯୋଗଦେଇଥିଲେ। ଅଧ୍ୟାପକ ତଥା ପ୍ରାକ୍ତନ ଏନ୍‌.ଏସ.ଏସ୍ ପିଓ ଶିଶିରକାନ୍ତ ମହାପାତ୍ର ମଞ୍ଚ ପରିଚାଳନ କରିଥିଲେ। ଜିଲ୍ଲାସ୍ତରୀୟ ପାର୍ଲାମେଣ୍ଟରେ ପ୍ରାୟତଃ ୧୫ଟି ମହାବିଦ୍ୟାଳୟରୁ୨ଶହ ଛାତ୍ରଛାତ୍ରୀ ଓ ଯୁବା ଅଂଶ ଗ୍ରହଣ କରି ଦୃଢ ବକ୍ତବ୍ୟ ଦେଇଥିଲେ । ବିଚାରକ ମଣ୍ଡଳୀରେ ବିଶ୍ୱଜିତ ସାହୁ, ଡ. ମନୋରଞ୍ଜନ ରାଉତ, ସେକ୍ ହବିବ, ଡ. ଚିନ୍ମୟ ପ୍ରଧାନ ପ୍ରମୁଖ ଦାୟିତ୍ୱ ବହନ କରିଥିଲେ । ଉଦ୍‌ଯାପନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଯୋଗଦେଇ କୃତି ଛାତ୍ରଛାତ୍ରୀ ଅଂଶୁଜା ପାଣି, ଅଭିଜିତ୍ ସାମଲ, ଅଭିଷେକ ପଣ୍ଡା ଓ ତୁଳସୀ ମଲିକ ପ୍ରମୁଖ ରାଜ୍ୟସ୍ତରକୁ ମନୋନୀତ ହେଲେ ବୋଲି ଘୋଷଣା କରିବା ସହ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଅଧ୍ୟାପକ ତଥା ଏନ୍‌.ଏସ.ଏସ୍ ପିଓ ମୃତ୍ୟୁଞ୍ଜୟ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରୁକ୍ମିଣି ସାହୁ, ସ୍ମିତା ମହାନ୍ତି, ଲକ୍ଷ୍ମୀକାନ୍ତ ଜେନା ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ