ଗୋରୁ ବୋଝେଇ ଗାଡିକୁ ଅଟକ ରଖିଲେ ଯୁବକ
ହାଟଡିହି(ଓ୍ବାଇଏନଏସ): ମଧ୍ୟପ୍ରଦେଶ ଗାଡି ନମ୍ବର ଥିବା ଦୁଇଟି ଆଇଚର ଗାଡ଼ିରେ ଅନେକ ଗୋରୁ ଅତି ଦୟନୀୟ ଅବସ୍ଥାରେ ଚାଲାଣ ହେଉଥିବା ବେଳେ ଛେନାପଦି ଗାଁ ନିକଟରେ କିଛି ଯୁବକ ଗାଡି ଦୁଇଟି ଅଟକ ରଖିଛନ୍ତି। ଅସୁରକ୍ଷିତ ଭାବେ ଗୋରୁ ଗୁଡିକୁ ଚାଲାଣ କରାଯାଉ ଥିବା ବେଳେ ଅନେକ ଗୋରୁ ଖଣ୍ଡିଆ ଖବରା ହୋଇଛନ୍ତି। ଗୋରୁ ଗାଡି ଦୁଇଟିକୁ ପାଲ ଏପରି ବନ୍ଧା ହୋଇଥିଲା ଯେପରି ସାଧାରଣ ଲୋକେ ଜାଣି ପାରିବେନି। ଗୋରୁ ଟାପୁରେ କାଳେ କିଛି ଶବ୍ଦ ବାହାରିବ ସେନେଇ ତଳେ ବାଲି ବିଛଯାଇଥିଲା। କିଏ ଓ କାହିଁକି ଏବଂ କେଉଁଠାକୁ ଚାଲାଣ କରୁଥିଲା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଖବର ପାଇ ନନ୍ଦିପଦା ପୋଲିସ ପହଞ୍ଚି ଗାଡି ଡ୍ରାଇଭରଙ୍କୁ ପଚରା ଉଚୁରା କରୁଛି।