ପାଣି ଭାର ନେଇ ବୋଲବମରେ ପୁରୀ ଯାଇଥିବା ଯୁବକ ନିଖୋଜ

ହାଟଡିହି (ଓ୍ବାଇଏନଏସ):  ଶିବଙ୍କ ମୁଣ୍ଡରେ ପାଣି ଢାଳିବାକୁ ପାଣି ଭାର ନେଇ ପୁରୀ ଯାଇଥିବା ବଞ୍ଚୋ ଗ୍ରାମର ଦୀପକ ଜେନା ନାମକ ଜଣେ ଯୁବକ ନିଖୋଜ ହୋଇଛନ୍ତି। ଏନେଇ ପରିବାର ପକ୍ଷରୁ ବଳିଆ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ଗ୍ରାମର ୨୦ରୁ ଉର୍ଦ୍ଧ୍ୱ ଯୁବକ ପାଣିଭାର ନେଇ ପୁରୀ ଯାଇଥିଲେ। ପାଣି ଢାଳିବା ପରେ ୪ତାରିଖ ସନ୍ଧ୍ୟାରେ ଅନ୍ୟ ଯୁବକ ମାନେ ସମୁଦ୍ର କୂଳକୁ ବୁଲିବାକୁ ଯାଇଥିବା ବେଳେ ଦୀପକ ଲାଇଟ୍ ହାଉସ ପାର୍କିଂ ପାଖରେ ରହିଥିଲା। ଅନ୍ୟ ଯୁବକ ମାନେ ସମୁଦ୍ର କୁଳରୁ ଫେରିବା ପରେ ଦୀପକକୁ ପାଇ ନଥିଲେ। ଅନେକ ସ୍ଥାନରେ ଖୋଜା ଖୋଜି କରିବା ପରେ କୌଣସି ସନ୍ଧାନ ନ ପାଇବାରୁ ଦୀପକର ଭାଇ ପ୍ରଦ୍ୟୁମ୍ନ କୁମାର ଜେନା ଏନେଇ ବଳିଆ ପଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ଯଦି ତାଙ୍କ ସମ୍ପର୍କରେ କେହି ସୁଚନା ପାଆନ୍ତି ତେବେ ନିକଟସ୍ଥ ଥାନାରେ ସୁଚନା ଦେବାକୁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ