ଅଖିଳ ଭାରତ କୃଷକ ସଭା ବେଗୁନିଆପଡା ବ୍ଲକରେ ଦାବିପତ୍ର ପ୍ରଦାନ

କୋଦଳା,(ବାପୁନି କୁମାର ମାଲୁ):ଅଖିଳ ଭାରତ କୃଷକ ସଭା ଓଡିଶା ରାଜ୍ୟ ପରିଷଦର ନିଷ୍ପତି କ୍ରମେ ବେଗୁନିଆପଡା ଶାଖା ପକ୍ଷରୁ ମଙ୍ଗଳବାର ସକାଳ 11 ଘଣ୍ଟ ସମୟରେ ବେଗୁନିଆପଡା ବ୍ଲକରେ 14 ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ବୀରଜଗନ୍ନାଥପୁର ଶାସନ ସ୍ଥିତ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର ଠାରୁ ରାଲି ରେ ବାହାରି ବେଗୁନିଆପଡା ବ୍ଲକ କାର୍ଯ୍ୟାଳୟ ଠାରେ ପହଂଚି ଏକ ପଥ ପ୍ରାନ୍ତ ସଭା କରି ସରକାରଙ୍କ ଦୋମୁହାଁ ନିତି ଉପରେ ବର୍ଷି ଥିଲେ । ଏହା ପରେ ବିଡ଼ିଓଙ୍କ ଅନୁପସ୍ଥିତି ରେ ଏବିଡ଼ିଓ ନିରଞ୍ଜନ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଦାବି ହେଲା ଫସଲର ସହାୟକ ମୂଲ୍ୟ ଆଇନଗତ ଗ୍ୟାରେଣ୍ଟି ବ୍ୟବସ୍ଥା କରିବା, କୃଷି ଋଣ ଛାଡ଼ କରିବା, ଜଙ୍ଗଲ ଜମି ଅଧିକାର ଆଇନକୁ କଡାକଡି ପାଳନ କରିବା, ଦରଦାମ ନିୟନ୍ତ୍ରଣ କରିବା ପାଇଁ ମୁନଫାଖୋର ବ୍ୟବସାୟୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା, ସ୍ମାର୍ଟ ମିଟର ବ୍ୟବସ୍ଥା ବନ୍ଦ କରିବା ସହ ପ୍ରତିଶୃତି ପ୍ରକାରେ 300 ୟୁନିଟ ଛାଡ଼ କରିବା, 60 ବର୍ଷ ରୁ ଉର୍ଦ୍ଧ କୃଷକ ଙ୍କୁ ଦଶ ହଜାର ଓ ସମସ୍ତ ବୃଦ୍ଧ ବୃଦ୍ଧା ଙ୍କୁ ପ୍ରତିଶୃତି ମୁତାବକ 3 ହଜାର ଟଙ୍କା ପ୍ରଦାନ କରିବା, କୃଷି ଜାତ ଦ୍ରବ୍ୟ ଓ ଯନ୍ତ୍ରପାତି ଉପରୁ ଜି ଏସ ଟି ପ୍ରତ୍ୟାହାର କରିବା, କୃଷକର ସମସ୍ତ ଧାନ ଉଚିତ ମୂଲ୍ୟ ପ୍ରଦାନ କରିବା, ସମସ୍ତ ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା କରିବା । ଏଥିରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରଙ୍କନାଥ ସ୍ୱାଇଁ,ବ୍ଲକ ସଭାପତି ସତ୍ୟବାଦୀ ସ୍ୱାଇଁ, କମଳଲୋଚନ ଗୌଡ଼, ଜଗନ୍ନାଥ ମହାନ୍ତି, ଜୟ କୃଷ୍ଣ ନାହାକ, ପ୍ରମୋଦ କୁମାର ପାତ୍ର ଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ