ଅଧ୍ୟାପକଙ୍କ ଅବସର କାଳୀନ ସଭା
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ପାତ୍ରପୁର ବ୍ଳକ ଖାରିଆ ଗୁଡା ଡୋକି ସନ୍ୟାସୀ ଉଚ୍ଚ ମାଧ୍ୟମକ ବିଦ୍ୟାଳୟ ଅର୍ଥନୀତି ବିଭାଗ ଅଧ୍ୟାପକ ରଞ୍ଜିତ କୁମାର ମିଶ୍ର ଙ୍କ ଅବସର କାଳୀନ ସଭା ଅନୁଷ୍ଠିତ ହୋଇ ଥିଲା। ଅଧକ୍ଷ ଜି କୃତିବାସ ଙ୍କ ପୌରହିତ୍ୟ ରେ ସଭା ଅନୁଷ୍ଠିତ ହୋଇ ଥିଲା।ଏହି ସଭାରେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଉଦୟ ନାଥ ଭଟ ସମାଜ ସେବୀ ଆପନ୍ନ। ପ୍ରଧାନ,ବିଜୟ କୁମାର ପ୍ରଧାନ,ସାମ୍ବାଦିକ ରବୀନ୍ଦ୍ର କୁମାର ମିଶ୍ର,ସମିତି ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ଅଧ୍ୟାପକ ତପନ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ।ଅଧ୍ୟାପକ ମନୋଜ ନାୟକ,ଅନିଲ କୁମାର ଶତପଥୀ,ବାଳକୃଷ୍ଣ ପାତ୍ର,ଦିବାକର ପଣ୍ଡା,ବିଦାୟୀ ଅଧ୍ୟାପକ ଙ୍କ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମଞ୍ଚାସିନ ଅତିଥି ମାନେ ବିଦାୟୀ ଅଧ୍ୟାପକ ଙ୍କ ୩୩ବର୍ଷ କାର୍ଯ୍ୟକାଳ ମଧ୍ୟରେ କରିଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପ୍ରକାଶ କରି ଥିଲେ।ଅବସର ଗ୍ରହଣ କରିଥିବା ଶ୍ରୀ ମିଶ୍ର ନିଜ ପରିବାର ଭଳି ପିଲାଙ୍କୁ କିଭଳି ଶିକ୍ଷା ଦେଇ ଥିଲେ ସେ ସମ୍ପର୍କରେ ପ୍ରକାଶ କରି ଥିଲେ। କିରାଣୀ ନରସିଂହ ମିଶ୍ର, ଡି ପ୍ରଫୁଲ ସଂଯୋଜନା କରିଥିଲେ। ଅବସର ଦିବସରେ ଶ୍ରୀ ମିଶ୍ର ଙ୍କୁ ମାନପତ୍ର ଉପଢୌକନ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇ ଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ମିଶ୍ରଙ୍କ ପରିବାର ଯୋଗ ଦେଇ ଥିଲେ।କର୍ମଚାରୀ ହେମନ୍ତ ତ୍ରିପାଠୀ, ଡି ସୂର୍ଯ୍ୟନାରାୟଣ, କୃଷ୍ଟ ଚନ୍ଦ୍ର ପ୍ରଧାନ,ପ୍ରତାପ ଚନ୍ଦ୍ର ରଥ,ଦେବରାଜ କୁଣ୍ଡ ସହାୟତା କରିଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।