ଦୃଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): ସୋମଵାର ଅପରାହ୍ନରେ ଚୁପୁରିଙ୍ଗ ନିକଟସ୍ଥ ଦୟା ନଦୀ ବନ୍ଧ ରେ ଦୃଘଟଣା ଘଟି ଯୁବକ ଙ୍କ ମୃତ୍ୟୁ ଘଟିଛି। ଏ ସଂପର୍କରେ ଗଡିଶାଗୋଦା ଥାନା ରେ ମୃତକଙ୍କ ଧର୍ମ ପତ୍ନୀ କନକଲତା ଗଜେନ୍ଦ୍ର ଏକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ କାଳିଘଡି ଗ୍ରାମ ର ସତ୍ୟପୀର ଗଜେନ୍ଦ୍ର ୪୭ ବର୍ଷ ସୋମବାର ଅପରାହ୍ନ ରେ ଗ୍ରାମ ରୁ ଜଙ୍କିଆ ବଜାର କୁ ଟିଭିଏସ ଲୁନା ରେ ଯାଉଥିବା ବେଳେ ଚୁପୁରିଙ୍ଗ ନିକଟସ୍ଥ ଦୟା ନଦୀ ବନ୍ଧ ରେ ଓଡି -୦୨-ସିଭି-୦୩୭୭ ନାମକ ମଟର ସାଇକେଲ ଆସି ଧକ୍କା ଦେଇଥିଲା ଫଳରେ ଗଡ଼ି ଚଳାଉଥିବା ସତ୍ୟପୀର ଗୁରୁତର ଆହତ ହୋଇଥିଲେ। ଖଵର ପାଇ ପରିବାର ଲୋକେ ମାନେ ପ୍ରଥମେ କଣାସ ଡାକ୍ତରଖାନା କୁ ନିଆଯାଇଥିଲା।ପରେ ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲ କୁ ନିଆଯାଇଥିଲା।ହେଲେ ବିଳମ୍ବିତ ରାତ୍ରରେ ଡ଼ାକ୍ତର ସତ୍ୟପୀର ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଏ ସଂପର୍କରେ ଚନ୍ଦକା ଥାନାରେ ୬/୨୦୨୫ଏକ ମାମଲା ରୁଜୁ ହୋଇଛି । ଏହି ଖବର ଗ୍ରାମ ରେ ପ୍ରଚାରିତ ହେଵା ପରେ ଗାଁ ଓ ଜଙ୍କିଆ ବଜାର ରେ ଶୋକ ର ଛାୟା ଖେଳିଯାଇଛି।


