ଅନୁମୋଦନ ଅପେକ୍ଷାରେ ମରେଇଗାଁ ବଳିପୂର୍ ରାସ୍ତା ନିର୍ମାଣ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଭାବେ ପରିଚିତ ମରେଇଗାଁ ବଳିପୂର୍ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଉପରେ ଓରାଳି, ଇଞ୍ଚୋଳ, ଶାଳଣିଆଁ, ଡଅଁର, ଗେଡମା, ଆଇତିପୁର, ସଡ଼ଙ୍ଗ ଆଦି ପଞ୍ଚାୟତର ୫୦ ରୁ ଉର୍ଦ୍ଧ ଗ୍ରାମର ଗ୍ରାମବାସୀ ମାନେ ନିର୍ଭର କରିଥାନ୍ତି। ଏପରିକିି ପଡୋଶୀ ଭଦ୍ରକ ଜିଲ୍ଲାର ଅନେକ ପଞ୍ଚାୟତର ଲୋକମାନେ ନିର୍ଭରଶୀଳ। ୧୯ କିଲୋମିଟର ଲମ୍ବ ଏହି ରାସ୍ତାର ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ୧୭କୋଟି ଟଙ୍କା ଖର୍ଚ୍ଚ କରିବା ପରେ ଦିନ କେଇଟା ଭିତରେ ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଗଲା । ଏନେଇ ସାମାଜିକ କର୍ମୀ ଭଗବାନ ରାଉତ ବାରମ୍ଵାର ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ତତ୍କାଳୀନ ବିଧାୟକ ଭାଗିରଥି ସେଠୀ ଓ ବର୍ତ୍ତିମାନର ବିଧାୟକ ଅଭିମନ୍ୟୁ ସେଠୀ ବିଧାନସଭାରେ ପ୍ରଶ୍ନ କରିବା ସହିତ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହି ରାସ୍ତାଟିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ସୁପାରିଶ କରାଯିବା ସହିତ ଓମବାଡ଼ସି ଅନୁଦାନରେ ୬୫କୋଟି ୯୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କରିବାକୁ ସରକାର ଯୋଜନା କରିଥିଲେ। କିନ୍ତୁ ନିର୍ବାଚ଼ନ ପାଇଁ ଏଥିରେ ବିଳମ୍ବ ଘଟିଥିଲା। ଏବେ ଓମବାଡ଼ସି କର୍ତ୍ତୁପକ୍ଷ ଭଗବାନ ରାଉତଙ୍କୁ ଦେଇଥିବା ସୁଚନା ଆଧାରରେ ଏହି ରାସ୍ତା ନିର୍ମାଣ ପାଇଁ ଓମବାଡ଼ସି ର ସବକମିଟ ଅନୁମୋଦନ କରି ସାରିଥିବା ବେଳେ ବୋର୍ଡ଼ ଅଫ ଡାଇରେକ୍ଟରଙ୍କ ଅନୁମୋଦନ ଅପେକ୍ଷାରେ ରହିଥିବା ଜଣାଇଛନ୍ତି। ତୁରନ୍ତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବୁ ବୋଲି ଭଗବାନ ରାଉତ କହିଛନ୍ତି। ରାସ୍ତା ନିର୍ମାଣହେଲେ ହଜାର ହଜାର ଲୋକ ଉପକୃତ ହେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ