ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌ରେ ଭାରତ ଦଳରେ ପ୍ରତିନିଧିତ୍ୱ କରିଲେ ରାଇକିଆର ପ୍ରୀତମ

ରାଇକିଆ,(ଆଦିତ୍ୟ ପାଢ଼ୀ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପ୍ରୀତମ ପ୍ରଧାନ ନେପାଳରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌ରେ ଭାରତୀୟ ଦଳ ତରଫରୁ ପ୍ରତିନିଧିତ୍ୱ କରି ରାଇକିଆ ବ୍ଲକ ତଥା କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି । ଅନ୍ତର୍ଜାତୀୟ ଟେନିସ୍‌ ବଲ୍‌ କ୍ରିକେଟ୍‌ ଚାମ୍ପିଅନଶିପ୍‌ଟି ନେପାଳରେ ଡିସେମ୍ବର ୨୦ରୁ ଆରମ୍ଭ ହୋଇ ଜାନୁଆରୀ ୨ ତାରିଖ ଯାଏଁ ଖେଲାଯାଇଥିଲା । ଭାରତୀୟ ଦଳ ଭଲ ପଦର୍ଶନ କରି ଫାଇନାଲ ମ୍ୟାଚରେ ବାଙ୍ଗଲାଦେଶ ଦଳକୁ ହରାଇ ଚମ୍ପିୟାନ ହୋଇଥିଲା । ଦଳ ବିଜୟଲାଭ କରିବା ପରେ ସୋମବାର ପ୍ରୀତମ ପ୍ରଧାନ ନିଜ ଗ୍ରାମ ରାଇକିଆକୁ ଫେରିବା ପରେ ଅଞ୍ଚଳବାସୀଙ୍କ ତରଫରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଓ ଶୋଭାଯାତ୍ରା ମଧ୍ୟମରେ ସ୍ଵାଗତ କରାଯାଇଥିଲା । ରାଇକିଆ ଅଞ୍ଚଳରୁ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାରେ ପ୍ରୀତମ ପ୍ରତିନିଧିତ୍ୱ କରିଥିବାରୁ ବିଭିନ୍ନ ସଙ୍ଗଠନ ତରଫରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ