ଅବହେଳିତ ଅବସ୍ଥାରେ ଜୟଦେବ ବାଟିକା

ପୁରୀ,(ୱାଏନଏସ):ବୈଷ୍ଣବୀୟ ଚେତନା ପ୍ରବାହର ଅନବଦ୍ୟ କୃତି ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ସ୍ମୃତିରେ ଚନ୍ଦ୍ରଭାଗାରେ ତିଆରି ହୋଇଥିଲା ଜୟଦେବ ବାଟିକା । ରାଜ୍ୟ ସରକାରଙ୍କ  ପ୍ରାକ୍ତନ ମୂଖ୍ୟ ଶାସନ ସଚିବ ଆଗ୍ରହ ଏବଂ କୋଣାର୍କ ଏନ୍ଏସି ପ୍ରାକ୍ତନ ନଗରପାଳ ସ୍ୱର୍ଗତ ପ୍ରଫୁଲ ରାଉତରାୟଙ୍କ ପ୍ରଚେଷ୍ଟାରେ କବି ଜୟଦେବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚନ୍ଦ୍ରଭାଗା ଠାରେ ଏହା ନିର୍ମିତ କରାଯାଇଥିଲା। ପ୍ରାୟ ଏକ ଏକର ଜମିରେ ନିର୍ମିତ ହୋଇଥିବା ଏହି ବାଟିକାର ସାମ୍ପ୍ରତିକ କରୁଣ ଚିତ୍ର ଦେଖିଲେ ଯେକୌଣସି ସଂସୃତି ପ୍ରେମୀ ବ୍ୟକ୍ତିର ହୃଦୟରେ କଷ୍ଟ ସୃଷ୍ଟି ହେଉଅଛି।ଏହି ବାଟିକାର ମାଲିକାନା ତଥା ରକ୍ଷଣା ବେକ୍ଷଣ  ଦାୟିତ୍ଵ କାହା ହାତରେ ରହିଥିବା ସଠିକ୍ ଜଣାପଡିନଥିବା ବେଳେ  ପୂଜ୍ୟପୂଜା ପ୍ରତି ଚରମ ଅବହେଳା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ କରିଛି। ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ବାଟିକା ଚାରିପଟ ପାଚେରୀ ନିର୍ମାଣ ହୋଇଥିବା ବେଳେ ମୁଖ୍ୟ ଫାଟକ ଭାଙ୍ଗି ସାହଣ ମେଲା ହୋଇଥିବା ଦେଖିବାକୁ ମିଳିଛି। କବି ଜୟଦେବଙ୍କ ମୂର୍ତ୍ତି ଚାରିପଟେ ନିର୍ମିତ ହୋଇଥିବା ପାଦଚଲା ରାସ୍ତା, ଗୋଟିଏ ୱାଟର ଫାଉଁଣ୍ଡେନ୍, ଦୁଇଟି ଶୌଚାଳୟ, ଜଗୁଆଳି କକ୍ଷ ସଂପୂର୍ଣ୍ଣ ଭାଙ୍ଗିରୁଜୁ ନଷ୍ଟ ହୋଇପଡ଼ି ରହିଛି। ଜୟଦେବଙ୍କ ପ୍ରତିମୂର୍ତ୍ତି କ୍ଷତବିକ୍ଷତ ଅବସ୍ଥାରେ ରହିଅଛି। ବାଟିକାର ମୂଖ୍ୟ ପ୍ରବେଶ ଦ୍ଵାର ଗ୍ରିଲକୁ ଦୃର୍ବୁତ୍ତମାନେ କାଟି ନେଇଛନ୍ତି। ଏକଦା ରଙ୍ଗ ବେରଙ୍ଗ ଫୁଲ ଓ ବୃକ୍ଷ ରାଜିରେ ଶୋଭା ପାଉଥିବା ଏହି ବାଟିକାର ପରିସରରେ ଏବେ ଅସାମାଜିକଙ୍କ ଆଡାସ୍ଥଳୀ ପାଲଟିଛି। ଜଗନ୍ନାଥଙ୍କ ଘୋଷଯାତ୍ରାପରେ ପୁରୀ ଜିଲ୍ଲାର ଦ୍ୱିତୀୟ ବୃହତ ଯାତ୍ରା ହେଉଛି ଚନ୍ଦ୍ରଭାଗା ମାଘ ସପ୍ତମୀ ମେଳା। ମାଘ ଷଷ୍ଠୀ ରାତିରେ ଭାରତ ବର୍ଷର କୋଣ ଅନୁକୋଣରୁ ସହସ୍ରାଧିକ ସନ୍ଥଙ୍କ ସମେତ ଶ୍ରଦ୍ଧାଳୁ ମାନେ ଏହି ବାଟିକା ପରିସରରେ ରାତ୍ରୀଯାପନ କରିଥାନ୍ତି। ଏଥି ସ୍ଥାନଟିକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାକ ପର୍ଯ୍ୟଟକ ଆସୁଛନ୍ତି। ଜାତିୟ ରାଜପଥ ସଲଗ୍ନ ଏହି ବାଟିକାର ଦୂରବସ୍ଥା ପ୍ରତି ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ