ଅଭିଯୁକ୍ତଙ୍କୁ ଗିରଫ ନକଲେ ଥାନା ଘେରାଉ ଚେତାବନୀ

ହାଟଡିହି, (ବିକାଶ ବିଶ୍ୱାଳ):ଗତ ୧୨ ତାରିଖ ଦିନ ବିଦ୍ୟାଧରପୁର ବଜାରରେ ଜଣେ ମହିଳାଙ୍କୁ ଆକ୍ରମଣ ସହ ତାଙ୍କ ଘର ଭଙ୍ଗାରୁଜା ଘଟଣାରେ ପୋଲିସ କାର୍ଯ୍ୟନୁଷ୍ଠାନରେ ଶିଥିଳତାକୁ ନେଇ ସୋସୋ ଥାନା ଆଇଆଇସିଙ୍କୁ ଭେଟିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା । ଆଜି ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀସଦସ୍ୟା ତଥା ପୂର୍ବତନ ଜିଲ୍ଲା ମହିଳା ମୋର୍ଚ୍ଚାର ସଭାନେତ୍ରୀ ସୁମତୀ ଜେନା, ଜିଲ୍ଲାପରିଷଦ ତଥା ଜିଲ୍ଲା ବିଜେପିର ଉପ ସଭାନେତ୍ରୀ ଅସୀମା ମିଶ୍ର, ଜିଲ୍ଲା ବିଜେପି ସମ୍ପାଦିକା ତୃପ୍ତୀମୟୀ ଜେନା, ମଣ୍ଡଳ ଉପ ସଭାନେତ୍ରୀ ମୀନତୀ ମହାପାତ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଦିପ୍ତୀମୟୀ ଖୁଣ୍ଟିଆ, ପୂର୍ବତନ ଜିଲ୍ଲା ପରିଷଦ ଟିକି କିସ୍କୁ, ସରପଞ୍ଚ ଦିପ୍ତି ସାହୁ, ନଗର ମଣ୍ଡଳ ମହିଳାସଭାନେତ୍ରୀ ବବିତା ସତପଥି, ସାଂସଦ ପ୍ରତିନିଧି ତଥା ପୂର୍ବତନ ସରପଞ୍ଚ ବିବେକାନନ୍ଦ ରାଉତ଼ ପ୍ରମୁଖ ସୋସୋ ଥାନା ଆଇଆଇସିଙ୍କୁ ଭେଟି ଜଣେ ମହିଳାଙ୍କୁ ଅର୍ଦ୍ଧଭଲଗ୍ନ କରି ଆକ୍ରମଣ କରିବା ସହ ତାଙ୍କ ଘରଦ୍ଵାର ଭାଙ୍ଗିବା, ଜଣେ ଶିଶୁକୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏପରିକି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପିଡିତା ମହିଳାଙ୍କୁ ଉଦ୍ଧାର କରିବାପରେ ମହିଳା ଜଣକ ସୋସୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ୍ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଉନାହିଁ। ଅଭିଯୁକ୍ତ ମାନେ ଖୁଲାମ ଖୁଲା ବୁଲୁଥିବା ବେଳେ ପୁଲିସ କାହିଁକି ଗିରଫ କରୁନି ବୋଲି ମହିଳା ପ୍ରତିନିଧିମାନେ ପୁଲିସକୁ ପ୍ରଶ୍ନ କରିଥିଲେ।ଏଠାରେ ସୁଚ଼ନାଯୋଗ୍ୟ ଯେ ଜଳସମ୍ପଦ ବିଭାଗର ଜମି ଦଖଲକୁ ନେଇ ବିବାଦ ଲାଗିରହିଥିବା ବେଳେ ଗତ ୧୨ରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟା ସମୟରେ କିଛି ମହିଳା ଓ ପୁରୁଷ ବିଦ୍ୟାଧରପୁର ବଜାରରେ ରହୁଥିବା ଶ୍ଵେତପଦ୍ମା ନାୟକଙ୍କ ଘରବାଡ଼ି ସୀମାରେ ପୋତା ଯାଇଥିବା ସିମେଣ୍ଟ ଖୁଣ୍ଟ ଗୁଡ଼ିକୁ ଭାଙ୍ଗିଦେବା ସହ ଶୌଚାଳୟ ଗୃହର କବାଟକୁ ଭାଙ୍ଗିବା, ଘରର ଆଜବେଷ୍ଟସ ଉପରେ ପଥରମାଡ଼ କରିଥିଲେ । ଏପରିକି ଶ୍ୱେତପଦ୍ମାଙ୍କ ଘରେ ସେ ଓ ତାଙ୍କ କୁନି ଝିଅକୁ ନେଇ ଏକୁଟିଆ ରହୁଥିବା ବେଳେ ଘରେ ପଶି ତାଙ୍କୁ ମାଡ଼ ମାରିବା ସହ ଛୋଟ ଝିଅକୁ ମଧ୍ୟ ଆକ୍ରମଣ କରିଥିଲେ। ଆକ୍ରମଣକାରୀ ମାନେ ଶ୍ୱେତପଦ୍ମାଙ୍କ ବେକରୁ ଆନୁମାନିକ ସାଢ଼େ ୩ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନାଚେନ୍ ଛିଣ୍ଡାଇ ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଶ୍ଵେତପଦ୍ମା ସୋସୋ ଥାନାକୁ ଫୋନ ଯୋଗେ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ଦେଖି ଆକ୍ରମଣ କାରୀମାନେ ଛତ୍ରଭଙ୍ଗ ଦେଇ ପଳେଇ ଯାଇଥିଲେ। ପରେ ଶ୍ୱେତପଦ୍ମାକୁ ପୁଲିସ ଉଦ୍ଧାର କରିଥିଲା। ଶ୍ଵେତପଦ୍ମା ଏନେଇ ଜିଲ୍ଲାପରିଷଦ ଉପାଧକ୍ଷ ସୋମନାଥ ଦାସ ଓ ତାଙ୍କ ପତ୍ନୀଙ୍କ ସମେତ ୨୧ଜଣଙ୍କ ନାମରେ ଅଭିଯୋଗ କରିବା ପରେ ପୁଲିସ ଥାନା କେସନଂ ୨୦୯/୨୦୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବିଦ୍ୟାଧରପୁରରେ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଶାନ୍ତି କମିଟି ଗଠନ କରିବା ସହିତ ଉତ୍ତେଜନା ଥିବାରୁ ପୁଲିସ ମୃତୟନ କରାଇଛି। ଜୀବନପ୍ରତି ବିପଦ ଥିବା ଆଶଙ୍କାରେ ଶ୍ଵେତପଦ୍ମା ଧନୁର୍ଜୟପୁର ପଞ୍ଚାୟତ କାର୍ଯ୍ୟାଳୟରେ ଆଶ୍ରୟ ନେଇଛନ୍ତି । ବିଜେପି ମହିଳା ପ୍ରତିନିଧି ଦଳ ଥାନା ଆଇଆଇସିଙ୍କୁ ଭେଟିବା ପରେ ପୁଲିସ ଅତିଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବ ବୋଲି ପ୍ରତିଶୃତି ଦେଇଥିବା ମହିଳାମୋର୍ଚ୍ଚା ପ୍ରତିନିଧି ମାନେ କହିଛନ୍ତି। ଏ ସମ୍ପର୍କରେ ଜିଲ୍ଲାପରିଷଦ ଉପାଧକ୍ଷ ସୋମନାଥ ଦାସ କହିଛନ୍ତିଯେ ଏହି ଗଣ୍ଡଗୋଳ ଘଟଣାରେ ମୋର କୌଣସି ସଂପୃକ୍ତି ନାହିଁ। ରାଜନୈତିକ ଆକ୍ରୋଶ ରଖି ମୋତେ ମିଛରେ ଫସାଯାଉଛି ବୋଲି କହିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ