ଅର୍ବାନ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖାର ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖାର ୨୯ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ଗ୍ରାହକ ଓ ଜମାକାରୀଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା । ଶାଖା ପରିଚାଳକ ଅଜିତ କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା, ଜେନେରାଲ ମ୍ୟାନେଜର ସୁରେଶ ଚନ୍ଦ୍ର ପରିଡା, ବ୍ୟାଙ୍କର ନିର୍ଦ୍ଦେଶକ ଅମୂଲ୍ୟ କୁମାର ପ୍ରଧାନ, କଳ୍ପତରୁ ମହାପାତ୍ର ଏବଂ ଶାଖାର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ନିର୍ଦ୍ଦେଶକ ଶ୍ରୀ ପ୍ରଧାନ ଏବଂ ମହାପାତ୍ର ଆଗାମୀ ଦିନରେ ଉନ୍ନତ ବ୍ୟାଙ୍କ ସେବା ପାଇଁ ବ୍ୟାଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଗୁଡିକର ସୂଚନା ପ୍ରଦାନ କରିଥିଲେ । ଶେଷରେ ଶାଖା ପରିଚାଳକ ଅଜିତ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅର୍ବାନ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତି ପଠାଇ ଥିବା ବାର୍ତ୍ତା ପଠନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ