ଅଲାରିଗଡ ଜଗନ୍ନାଥ ମନ୍ଦିର ରେ ପହିଲି ଭୋଗ ଅନୁଷ୍ଠିତ
ଶେରଗଡ, (ଅନୀଲ କୁମାର ପଣ୍ଡା):ଧନୁ ସଙ୍କରାନ୍ତି ତିଥିରୁ ପହିଲି ଭୋଗ ନୀତି ଆରମ୍ଭ ହୋଈଥାଏ। ଏହି ପହିଲି ଭୋଗ ଆସନ୍ତା ମକର ସଙ୍କରାନ୍ତି ପର୍ଯ୍ୟନ୍ତ ଜାରି ରହିବ। ଅଲାରିଗଡ ର ଆରାଧ୍ୟ ଦେବତା ଙ୍କ ମାନବୀୟ ଲୀଳାର ଅନ୍ୟତମ ପ୍ରତୀକ ଓଢଣୀ ଲାଗି ବେଶ ଅନୁଷ୍ଠିତ ହୋଈଯାଈଥିବା ବେଳେ ଯୁଗେ ଯୁଗେ ମା ର ହାତରନ୍ଧା ଖାଦ୍ୟ ଅମୃତ ସମାନ। ଏକଥା କେବଳ ମାନବ ସମାଜ ନୁହେଁ, ଜଗତର ନାଥ ଜଗନ୍ନାଥ ଙ୍କ ଏହି ଓଢଣୀ ଲାଗି ରୁ ସ୍ପଷ୍ଟ ବାରି ହେଉଛି। ଶୀତ ଦାଉରୁ ରକ୍ଷା ପାଈବା ଲାଗି ଶୀତ ବସ୍ତ୍ର ପରିଧାନ କରି ମକର ସଙ୍କରାନ୍ତି ପର୍ଯ୍ୟନ୍ତ ରହିଥିବା ବେଳେ ଧନୁ ସଙ୍କରାନ୍ତି ଠାରୁ ପହିଲି ଭୋଗ ନୀତି ଆରମ୍ଭ ହୋଈଯାଉଛି। ଦ୍ବାପର ଯୁଗର ସେହି ଗୋପଲୀଳା କୁ ସ୍ମରଣ କରାଈ ମା ଯଶୋଦା ଙ୍କ ହାତ ରନ୍ଧା ଅନ୍ନ ବ୍ୟଞ୍ଜନ ଓ ସର ଲବଣୀ ର ସ୍ବାଦିଷ୍ଟ କୁ ସେ ଭୁଲି ପାରୁନାହାନ୍ତି। ବର୍ଷରେ ଥରେ ଏହି ମାହେନ୍ଦ୍ର ବେଳାକୁ ଦେବାଦେବୀ ମାନେ ଅପେକ୍ଷା କରି ରହିଥାନ୍ତି। ଆଜି ଏହି ଅବସରରେ ଅଲାରିଗଡ ଗ୍ରାମବାସୀ ଙ୍କ ପକ୍ଷରୁ ପହିଲି ଭୋଗ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଈଯାଈଛି। ଏହି ପହିଲି ଭୋଗରେ ଶେରଗଡ ବ୍ଲକ ର ସମସ୍ତ ଜଣାଶୁଣା ବ୍ୟକ୍ତି, ସରକାରୀ କର୍ମଚାରୀ ଏବଂ ଗ୍ରାମବାସୀ ଯୋଗଦେଇ ପହିଲି ଭୋଗର ଆନନ୍ଦ ନେଈଥିଲେ। ଏହି ପହିଲି ଭୋଗ କାର୍ଯ୍ୟକ୍ରମ କୁ ଅଲାରିଗଡ ଗ୍ରାମର ଜନସାଧାରଣ ପରିଚାଳନା ରେ ସହଯୋଗ କରିଥିଲେ।