ଅହିରାଜକୁ ପିଟିପିଟି ମାରିଦେଲେ ଗ୍ରାମବାସୀ, ଚୁପ୍ ବସିଛି ବନବିଭାଗ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାକୟ ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କଇଥରା ଗ୍ରାମରେ ଏକ ଅହିରାଜ ସାପକୁ ପିଟିପିଟି ମାରିଦେଲେ ଗ୍ରାମବାସୀ। ତେନ୍ତୁଳିଆ ପଲ୍ଲୀ ପଞ୍ଚାୟତ କଇଥରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ କଦମ୍ବ ଗଛରେ ବିରାଟ କାୟ ସାପକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିଲେ। ଏହା ପରେ ସେମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ କିନ୍ତୁ ସଦସ୍ୟ ମାନେ ଗ୍ରାମରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ସାପଟିକୁ ପିଟିପିଟି ମାରିଦେଇଥିଲେ। ସାପଟିର ଲମ୍ବ ୯ ଫୁଟ ଥିବାବେଳେ ଉକ୍ତ ଅଞ୍ଚଳରେ ଦୁଇ ରୁ ତିନୋଟି ଅହିରାଜ ସାପକୁ ଗ୍ରାମବାସୀ ମାରି ଦେଇଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ। ଠିକ ଏହି ଭଳି ବ୍ରହ୍ମପୁର ଡିଭିଜନ ଦିଗପହଣ୍ଡି ବନାଞ୍ଚଳ ନୂଆପାଡା ସେକ୍ସନ ବମକେଇ ବିଟ ଦେଖାଳି ଗାଁରେ ରାସ୍ତା ପାର୍ଶ୍ଵରେ ରହିଥିବା ଏକ ଘରୁ ଅହିରାଜ ସାପ ବାହାରିଥିଲା। କେହି ଜଣେ ଆସି ଏହାକୁ ଉଦ୍ଧାର କରିଲେ କହି କେଉଁଆଡ଼େ ନେଇଗଲେ । ଖବର ପାଇ ପିଏଫଏ କର୍ମୀ ମାନେ ଗଲା ବେଳକୁ ସାପ ନାହିଁ। ବନ ବିଭାଗ ଜାଣି ସୁଦ୍ଧା ରାତି ଅଧରେ କେହି ଯିବାକୁ ପ୍ରସ୍ତୁତ ନଥିଲେ। ଶୁଣିବାକୁ ମିଳୁଛି ଯେ ଵନବିଭାଗୀୟ କର୍ମୀ ମାନେ ନଯାଇ ନିକଟରେ ରହୁଥିବା ୱାଚର ଆଉ ଫରେଷ୍ଟ ଗାର୍ଡ ଜାଣତରେ କେହି ଜଣେ ବୃଦ୍ଧ ଆସି ଅହିରାଜ ସାପକୁ କେଉଁଆଡ଼େ ଅପହରଣ କରି ଚାଲାଣ କରି ଦେଇଛନ୍ତି। ଯାହାଯୋଗୁଁ ଉକ୍ତ ଅହିରାଜ ସାପର କୌଣସି ସ୍ପଷ୍ଟୀକରଣ ବନ ବିଭାଗ ଦେଇପାରୁନାହିଁ।ନିଜ ପରିବାର ଭରଣ ପୋଷଣ ପେଟ ଚାଖଣ୍ଡକୁ ଦେଖୁଥିବା ବ୍ୟକ୍ତି ବିଶେଷ ସରକାରୀ ଅର୍ଥ ଚଳୁ କରି ବନ୍ୟ ଜନ୍ତୁଙ୍କୁ ଏବଂ ଜଙ୍ଗଲ ସୁରକ୍ଷା ଦେବାରେ ସର୍ବଦା ବିଫଳ ବନ ବିଭାଗ କୋଭିଡ୧୯ ସ୍ଥିତିରେ କଣ କାର୍ଯ୍ୟ କରୁଛନ୍ତି ତାହା ଗଣ ମାଧ୍ୟମକୁ ଆସୁଛି ନା ଜନ ମାନସକୁ ଆସୁଛି।ତେବେ ଆଜିର ଅହିରାଜ ସାପ ହତ୍ୟା ଘଟଣାରେ ମଧ୍ୟ ବନ ବିଭାଗ ଚୁପ ବସିବ ତାହା ନିଃସନ୍ଦେହ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ